Odisha news

ଗରମ ଦିନରେ ନିୟମିତ ଖାଆନ୍ତୁ ଫାଇବର ଯୁକ୍ତ ଏହି ୪ଟି ଖାଦ୍ୟ, ପେଟ ରହିବ ସମ୍ପୂର୍ଣ ସୁସ୍ଥ ଓ ଓଜନ ରହିବ ନିୟନ୍ତ୍ରଣ

0

ବର୍ତମାନ ସାରା ଓଡ଼ିଶାରେ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି, ବିଶେଷ ଭାବରେ ବର୍ତମାନ ପେଟ ଜନିତ ବିଭିନ୍ନ ସମସ୍ୟା ଅତ୍ୟଧିକ ମାତ୍ରା ରେ ଦେଖିବାକୁ ମିଳିଥାଏ l ଏହି ସମୟ ରେ ପ୍ରୋଟିନ, ଭିଟାମିନ, ଓ ମିନେରାଲସ ଯୁକ୍ତ ଭୋଜନ ଅଧିକ ସେବନ କରିବା ଆବଶ୍ୟକ l କିନ୍ତୁ ଫାଇବର ଯୁକ୍ତ ଭୋଜନ ର ମଧ୍ୟ ସେତିକି ଆବଶ୍ୟକତା ରହିଛି l ଫାଇବର ପେଟକୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

* ସମସ୍ତ ପ୍ରକାର ବେରୀଯ ଯେପରିକି ବ୍ଲୁ ବେରି, ଜାମୁକୋଳି, ରା଼ସ୍ସ ବେରି, ଷ୍ଟ୍ରବେରି ଓ ବ୍ଲାକବେରୀ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ରେ ଭରପୁର ଅଟେ, ଏହା ପାଚନ ସମସ୍ୟାରେ ସୁଧାର ଆଣିଥାଏ l ଏବଂ କୋଷ୍ଠ କାଠିନ୍ୟ ସମସ୍ୟାକୁ ଦୂର କରିଥାଏ l ଆପଣ ଗ୍ରୀଷ୍ମ ଋତୁରେ ନିୟମିତ ବିଭିନ୍ନ ପ୍ରକାର ବେରୀଯ ନିୟମିତ ସେବନ କରିବା ଜରୁରୀ l

* ଏଭାକୋଡା ଗୋଟିଏ ଉନ୍ନତ ଧରଣର ଫଳ ଅଟେ, ଯେଉଁଥିରେ ହେଲଦି ଫ୍ୟାଟ ସହିତ ଭିଟାମିନ ଓ ମିନେରାଲସ ଭରପୁର ମାତ୍ରା ରେ ରହିଛି ଏଭାକୋଡା ରେ ଥିବା ଫାଇବର ଭୋକ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ଏହା ପେଟର ଗୁଡ଼ ବ୍ୟାକ୍ଟେରିଆ କୁ ପୋଷଣ ଦେଇ ପାଚନ ତନ୍ତ୍ର ରେ ସୁଧାର ଆଣିଥାଏ l

* ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ନିହାତି ଗ୍ରୀଷ୍ମ ଋତୁରେ ଖାଇବା ଜରୁରୀ l ଯେପରିକି ଗହମ, ବ୍ଲାକ ରାଇସ, ବ୍ରାଉନ ରାଇସ, ବାଜରା ଇତ୍ୟାଦି ଫାଇବର ରେ ପୋଷାକ ଯୁକ୍ତ ଖାଦ୍ୟ ଅଟେ , ଏବଂ ଏହି ଖାଦ୍ୟ ପ୍ରୋଟିନ, ଭିଟାମିନ, ମିନେରାଲସ, ଆଇରନ, ଜିଙ୍କ, କପର ଓ ମଗ୍ନେଶୀୟମ ରେ ଭରପୁର ହୋଇଥାଏ l ଏବଂ ଗ୍ରୀଷ୍ମ ଋତୁରେ ସ୍ୱାସ୍ଥ୍ୟ କୁ ଠିକ ରଖିବାରେ ସାହାଯ୍ୟ କରିଥାଏ l

* ବିଭିନ୍ନ ପ୍ରକାର ନଟସ୍ ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର ଅଟେ l ଯେପରିକି ଅଳମଣ୍ଡ, ପିସ୍ତା, ଅଖରୋଟ ଇତ୍ୟାଦି ଗରମ ଦିନରେ ପାଚନ ତନ୍ତ୍ରରେ ସୁଧାର ଆଣିଥାଏ l

Leave A Reply