Odisha news

ବିଜେପି ପ୍ରାର୍ଥୀ କେ ଅନିଲ କୁମାରଙ୍କ ୱଡ ପ୍ରଚାର ଆରମ୍ଭ

0
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟିର ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର ଆଜି ବ୍ରହ୍ମପୁର ବିଧାନସଭାର ୧୧ନଂ ୱାର୍ଡ଼ରେ  ଜନସଂପର୍କ ଅଭିଯାନ କରିଥିଲେ । ଏହି ୱାର୍ଡ଼ ଅନ୍ତର୍ଗତ ସମସ୍ତ ସାହିରେ ପଦଯାତ୍ରା କରି ଲୋକଙ୍କ ସୁବିଧା ଅସୁବିଧା ପଚାରିବୁଝିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ବ୍ରହ୍ମପୁରକୁ ସାମିଲ୍ କରାଇ ଏକ ବିକଶିତ ବ୍ରହ୍ମପୁର ଗଠନ କରିବା ପାଇଁ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବାକୁ ଜନସାଧାରଣଙ୍କ ଠାରୁ ଆଶିର୍ବାଦ ଭିକ୍ଷା କରିଥିଲେ ବିଜେପି ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର । ଆଜି ଜନସଂପର୍କ ଅଭିଯାନ ବେଳେ ବିଜେପି ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାରଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ବ୍ରହ୍ମପୁର ବିଧାନସଭା ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ପୂର୍ବତନ କର୍ପୋରେଟର ବଦ୍ରି ନାୟକ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ବାଙ୍କାନିଧି ସେଠୀ,ଏଲ୍.ଗୋପି,ରୋଷନ୍ ପୃଷ୍ଟି,ଶିଲା ଶିବ,ସୂର୍ଯ୍ୟ ନାରାୟଣ ଦାସ,ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ମୋନିତା ଦାସ, ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,ଜି.ବିଜୟ ପାତ୍ର,କେ.ରବି ରାଓ ପ୍ରମୁଖଙ୍କ ସମେତ ୱାର୍ଡ଼ର ବହୁ ଜନସାଧାରଣ ଏହି ସଂପର୍କ ଅଭିଯାନରେ ସାମିଲ୍ ହେଇଥିଲେ ।
Govt
Leave A Reply