ମଧୁମେହ ରୋଗୀ ଚିନି ସ୍ଥାନରେ ଯଦି ଖାଉଛନ୍ତି ଗୁଡ଼, ତେବେ ହାର୍ଟ ସମସ୍ୟା ବଢିବାର ରହିଥାଏ ଅଧିକ ସମ୍ଭାବନା : ରିସର୍ଚ୍ଚ
ବର୍ତମାନ ଚିନି ସ୍ଥାନରେ ଗୁଡର ଅଧିକ ବ୍ୟବହାର ହେଉଛି, ଲୋକେ ଗୁଡ଼ ସେବନ କରିବାକୁ ପସନ୍ଦ କରୁଛନ୍ତି l କିନ୍ତୁ ବିଶେଷଜ୍ଞ ଙ୍କ ମତରେ ଗୁଡ଼ ଶରୀରରେ ସୁଗାର ଲେବୁଲ କୁ ଅଧିକ ବୃଦ୍ଧି କରିଥାଏ, ଯାହାକି ମଧୁମେହ ରୋଗୀ ଙ୍କ ପାଇଁ ଠିକ ନୁହେଁ , ଗୁଡ଼ ଚିନି ତୁଳନାରେ ଶରୀର ପକ୍ଷରେ ସ୍ୱାସ୍ଥ୍ୟକର l କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଅଧିକ ଗୁଡ଼ ସେବନ କରିବା ଜରୁରୀ l
* ଆୟୁର୍ବେଦ ଅନୁସାରେ ମଧୁମେହ ରୋଗୀ ଅଧିକ ଲୁଣ ମଧ୍ୟ ସେବନ କରିବା ଉଚିତ ନୁହେଁ l ଏହାଦ୍ୱାରା ଉଚ୍ଚ ରକ୍ତଚାପ ର ବିପଦ ମଧ୍ୟ ବଢ଼ିଯାଇ ଥାଏ l ଏହାଛଡା ହାର୍ଟ ରୋଗ, ଷ୍ଟ୍ରୋକ ଓ କିଡ଼ନୀ ସମସ୍ୟା ମଧ୍ୟ ବଢ଼ିଯାଇ ଥାଏ l
* ଯଦି ମଧୁମେହ ରୋଗୀ ଧଳା ଲୁଣ ସ୍ଥାନରେ ସୈନ୍ଧବ ଲୁଣ ସେବନ କରିବେ ତେବେ ଏହା ସ୍ୱାସ୍ଥ୍ୟ ପକ୍ଷରେ ହିତକର ଅଟେ l ଏହା ପାଚନ ପାଇଁ ମଧ୍ୟ ଖୁବ ଉପଯୋଗୀ, ଗ୍ୟାସ ଏସିଡ଼ିଟି ପାଇଁ ମଧ୍ୟ ହିତକର l
* ଦହି ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ, ମଧୁମେହ ରୋଗୀ ଙ୍କର ଡାଇଜେସନ ଖୁବ ଦୁର୍ବଳ ହୋଇଥାଏ l ଏପରି ସ୍ଥିତିରେ ମଧୁମେହ ରୋଗୀ ଦହି ସନ୍ଧ୍ୟା ପରେ ଖାଇବା ଉଚିତ ନୁହେଁ ଏବଂ ଦିନ ସମୟରେ ଖୁବ କମ ମାତ୍ରାରେ ଦହି ସେବନ କରିବା ଆବଶ୍ୟକ l
* ବସାଦହି ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଓ ମୋଟାପଣ ସମସ୍ୟା ଅଧିକ ବଢ଼ିଯାଇ ଥାଏ, ତେଣୁ ସେଥିପାଇଁ ଘୋଳ ଦହି ମଧୁମେହ ରୋଗୀ ସପ୍ତାହକୁ ଥରେ ୨ଥର ସେବନ କରିବା ଜରୁରୀ l