ଆଠଗଡ଼ ୧୬-୪-୨୪ – ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି ଏହା ପୃର୍ବରୁ ଆଠଗଡ଼ ବିଜୁ ଜନତା ଦଳ କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ଆଠଗଡ ବିଧାନସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଙ୍ଗଳବାର ସକାଳ ଧବଳେଶ୍ୱରଙ୍କ ପୀଠରେ ପୂଜାର୍ଚନା କରି ପ୍ରାୟ ହଜାର ହଜାର ଦଳୀୟ କର୍ମୀମାନଙ୍କ ଗହଣରେ ବିରାଟ ମୋଟର ସାଇକେଲ ଶୋଭା ଯାତ୍ରାରେ ଆସି ଆଠଗଡ଼ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ମିନି ଷ୍ଟାଡିୟମ ଠାରେ ଆଠଗଡ ବିଜୁଜନତା ଦଳର ସଭାପତି ରବୀନ୍ଦ୍ର ନାଥ ରାଉତ ସଭାପତିତ୍ୱରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଏଥିରେ କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଓଡ଼ିଶାର ବିକାଶ ବିଜୁଜନତା ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନେତୃତ୍ଵରେ ସମ୍ଭବ ହୋଇପାରିଛି। କାରଣ ନବୀନ ବାବୁଙ୍କ ଦୂରଦୁଷ୍ଟି ଯୋଗୁ ବିକାଶ ହୋଇପାରିଛି, କେନ୍ଦ୍ର ବିଜେପି ସରକାର ଦ୍ଵୀର୍ଘ ୧୦ ବର୍ଷରେ ଅଛେ ଦିନ ଆସିବ ବୋଲି ପ୍ରତିଶୃତି କୁଆଡେ ଗଲା, ଦୁଇଲକ୍ଷ ଚାକିରୀ କୁଆଡେ ଗଲା। ହୁହୁ ହୋଇ ବଢୁଛି ବଜାର ଦର, ଯେଉଁ ଦଳ ବିଶ୍ୱାସରେ ବିଷ ଦେଇଛି ଅପରେ ପକ୍ଷ ନବୀନ ବାବୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସରକାର 24 ବର୍ଷ ଧରି ବିକାଶ କରିଚାଲିଛି। ଆଜି ନବୀନ ବାବୁଙ୍କ ନେତୃତ୍ୱରେ ଆହୁରି ମହାବିକାଶ ହେବ, ଯଦି ଆପଣଙ୍କ ସହଯୋଗ ରହିବ। ଅନ୍ୟ ନେତୃମଣ୍ଡଳୀମାନଙ୍କ ମଧ୍ୟରେ ଆଠଗଡ଼ ବିଜ୍ଞାପିତ ପରିଷଦ ଅଧକ୍ଷା ସସ୍ମିତା ରାଉତ, ତିଗିରିଆ ପଂଚାୟତ ସମିତି ଅଧକ୍ଷା ସନ୍ଧ୍ୟା ରାଣୀ ନାୟକ, ୩ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ୧ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, କଟକ ବିଜୁ ଜନତାଦଳ ଉପ-ସଭାପତି ନୃସିଂହ ଚରଣ ମହାପାତ୍ର, କଟକ ବିଜୁ ଜନତା ଦଳ ସମ୍ପାଦକ ଲଳିତେନ୍ଦୁ ସେନାପତି, ତିଗିରିଆ ପଂଚାୟତ ସମିତିର ପୂର୍ବତନ ଅଧକ୍ଷ ଭାଗିରଥି ନନ୍ଦ ପ୍ରଭୁତି ଯୋଗଦାନ କରି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।