Odisha news

ଆଜି ହେଉଛି ଚୈତ୍ର ନବରାତ୍ରିର ଶେଷ ଦିନ  : କରି ନିଅନ୍ତୁ ଏହି ୫ଟି ଉପାୟ, ବର୍ଷ ସାରା ଲାଭ ହେବ ମାଙ୍କ କୃପା

0

ଚୈତ୍ର ନବରାତ୍ରି ର ଶେଷ ଦିନରେ ମା ସିଦ୍ଧିଦାତ୍ରୀ ଙ୍କୁ ପୂଜାର୍ଚନା କରାଯାଇ ଥାଏ l ଏହିଦିନ ଟି ମହାନବମୀ ନାମରେ ମଧ୍ୟ ଜଣାଶୁଣା l ନବରାତ୍ରି ର ନବମ ଦିନରେ ବ୍ରତ ସମାପନ ହୋଇଥାଏ l ମା ସିଦ୍ଧିଦାତ୍ରୀ ଙ୍କ ପୂଜା ଜୀବନ ରେ ସୁଖ ସମୃଦ୍ଧିର ଆଗମନ କରାଇଥାଏ l ମା ସିଦ୍ଧିଦାତ୍ରୀ ଙ୍କ ନବମୀ ପୂଜାରେ କିଛିଟା ଉପାୟ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

* ଧାନ ପ୍ରାପ୍ତିର ଉପାୟ – ଯଦି ଆପଣ ନବରାତ୍ରି ର ନବମୀ ତିଥିରେ ଶଙ୍ଖ ଓ ହଳଦିଆ ରଙ୍ଗର କଉଡ଼ି ପୂଜା କରିବେ ତେବେ ଆପଣଙ୍କ ଘରକୁ ସୁଖ-ସମୃଦ୍ଧି ର ଆଗମନ ହେବ l ଯେଉଁ ବ୍ୟକ୍ତି ଆର୍ଥିକ ସମସ୍ୟା ରେ ଗତି କରୁଛି ତାର ସମସ୍ତ ଅସୁବିଧା ଦୂର ହୋଇଥାଏ l ଏବଂ ଆଜିର ଦିନରେ ମାଙ୍କ ନିକଟରେ ପଦ୍ମ ଫୁଲ ଅର୍ପଣ କରନ୍ତୁ ଏବଂ ଶ୍ରୀସୁକ୍ତମ ପାଠ କରନ୍ତୁ l ଏହା ସମସ୍ତ ପ୍ରକାର ଆର୍ଥିକ ଅନାଟନ ଦୂର କରିବ l

* ଗ୍ରହ ଦୋଷ ଦୂର କରିବାର ଉପାୟ – ନବରାତ୍ରି ର ନବମୀ ତିଥିରେ ଆପଣ ୫ଟି କଉଡ଼ି କୁ ନାଲି ରଙ୍ଗର କପଡା ରେ ବାନ୍ଧି କୌଣସି ଗୋଟିଏ ପାତ୍ର ରେ ରଖି ଦିଅନ୍ତୁ , ତେବେ ଗ୍ରହ ଦୋଷ ଦୂର ହୋଇଥାଏ l

* ରୋଗ ରୁ ମୁକ୍ତି ପାଇଁ – ଯଦି ଆପଣ କୌଣସି ରୋଗରେ ଗ୍ରାସିତ ଅଟନ୍ତି କିମ୍ବା ଘରର କୌଣସି ସଦସ୍ୟ ପୀଡିତ ଅଛନ୍ତି ତେବେ ଦକ୍ଷିଣ ପୂର୍ବ ଦିଗରେ ମାତା ଦୁର୍ଗାଙ୍କୁ ଧ୍ୟାନ କରି ଗୋଟିଏ ଦୀପ ଜଳାଇ ଦିଅନ୍ତୁ l ଏହି ଉପାୟ କୁ କରିବା ଦ୍ୱାରା ରୋଗ ମୁକ୍ତିରୁ ଆରାମ ମିଳିବ l ଏହାଛଡା ଏହି ଉପାୟ ଶତ୍ରୁ ଉପରେ ବିଜୟ ଆଣିଥାଏ l

* ମନସ୍କାମନା ପୁରାଣ ପାଇଁ – ନିଜର ମନସ୍କାମନା ପୁରାଣ ପାଇଁ ମହାନବମୀ ଦିନ ଦୁର୍ଗା ସପ୍ତସତୀ ନିହାତି ପାଠ କରନ୍ତୁ l ଏହାଦ୍ୱାରା ମାନସିକ ଶାନ୍ତି ଲାଭ ହେବ ଏବଂ ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ ହେବ l

* ବିବାହିତା ମହିଳା ମାନେ ଆଜିର ଦିନରେ ମାଙ୍କ ନିକଟରେ ଶଙ୍ଖା ସିନ୍ଦୁର ଅର୍ପଣ କରିବା ଆବଶ୍ୟକ l ଏହାଦ୍ୱାରା ଜୀବନ ସାଥି ଙ୍କ ଜୀବନ ରେ ଆସୁଥିବା ସମସ୍ତ କଷ୍ଟ ଦୂର ହୋଇଥାଏ, ଏବଂ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l

Leave A Reply