ପୋଲସରା – ଗଞ୍ଜାମ ଜିଲ୍ଲାର ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀନୀ ଶ୍ରୀମତୀ ଅନିତା ପ୍ରିୟଦର୍ଶିନୀ ଏବଂ ପୋଲସରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ରବିବାର ଦିନ ପଣା ସଂକ୍ରାନ୍ତି ଅବସରରେ ସିଂହାସନୀଙ୍କ ପୀଠରେ ପୂଜାର୍ଚ୍ଚନା କରି ମାଆଙ୍କ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ l ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଗଞ୍ଜାମ ଜିଲ୍ଲାର ୬ଟି ବିଧାନସଭା କ୍ଷେତ୍ର ରହିଛି।ସେଥିମଧ୍ୟରୁ ଖଲ୍ଲିକୋଟ, କବିସୂର୍ଯ୍ୟନଗର,ପୋଲସରା,ଆସ୍କା, ଶେରଗଡ଼ ଓ ହିଞ୍ଜିଳି ଅଛି। ନିର୍ବାଚନ ପ୍ରଚାର ପାଇଁ ସାଂସଦ ପ୍ରାର୍ଥୀନୀ ଶ୍ରୀମତି ଅନିତା ପ୍ରିୟଦର୍ଶିନୀ ପ୍ରଥମ କରି ଏଠାରୁ ପ୍ରଚାର କାର୍ଯକ୍ରମ ଆରମ୍ଭ କରିଛନ୍ତି ।ପରେ ପରେ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟାୟ କ୍ରମେ ପ୍ରଚାରକୁ ଜୋରଦାର କରି ନିର୍ବାଚନ ଜିତିବା ପାଇଁ ରଣକୌଶଳ ପ୍ରସ୍ତୁତ କରିଛନ୍ତି । ମୋଦୀଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ନେଇ ଅବ୍ କି ବାର୍ ୪୦୦ ପାର୍ ଲୋକଙ୍କ ନିକଟରେ ପହଞ୍ଚାଇବା , କେନ୍ଦ୍ରରେ ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାର ନିଶ୍ଚିତ ହେବା ନେଇ ଉପସ୍ଥିତ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଚଳିତ ନିର୍ବାଚନରେ ବିଜେପି ରାଜ୍ୟ ଓ କେନ୍ଦ୍ରରେ ନିଶ୍ଚିତ ସରକାର କରିବ ବୋଲି ଉପସ୍ଥିତ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ ।ଚଳିତ ନିର୍ବଚନରେ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ଯୋଗୁଁ କର୍ମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଥିବାର ଦେଖାଯାଇଥିଲା । ଆଜିର ଏହି ନିର୍ବାଚନ ପ୍ରଚାର ଶୁଭାରମ୍ଭରେ ବିଭିନ୍ନ ପଞ୍ଚାୟତରୁ ୫୦୦ ରୁ ଉର୍ଦ୍ଧ୍ବ ସକ୍ରିୟ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଘୁମୁସର ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ, ସୁଶ୍ରୀ ଆରତୀ ଦେବୀ, ପୋଲସରା ନଗର ସଭାପତି ପ୍ରସନ୍ନ କୁମାର ଡାକୁଆ,ନୀଳମାଧବ ସାହୁ, ସତ୍ୟନାରାୟଣ ସାହୁ, ରଘୁନାଥ ପ୍ରଧାନଙ୍କ ସମେତ ସକ୍ରିୟ କର୍ମୀମାନେ ଯୋଗଦେଇଥିଲେ ।