Odisha news

ହୃଦଘାତରେ ଯୁବ ବ୍ୟବସାୟୀଙ୍କ ପରଲୋକ

0
ଚଣ୍ଡିଖୋଲ :  ହୃଦଘାତରେ ଜଣେ ଯୁବ ବ୍ୟବସାୟୀଙ୍କର ପରଲୋକ ଘଟିଛି !ଅକାଳ ମୃତ୍ୟୁ ବରଣ କରିଥିବା ଏହି ଯୁବ ବ୍ୟବସାୟୀ ହେଉଛନ୍ତି ସୋରଳ ଗ୍ରାମର ସ୍ବର୍ଗତ ଦିବାକର ସିଂହଙ୍କର ମଧ୍ୟମ ପୁତ୍ର କିଶୋର ସିଂହ (୪୮) !ଗତ ୨୦ ବର୍ଷ ହେବ ସେ ଚଣ୍ଡିଖୋଲ ଛକ ନିକଟ ଗାନ୍ଧିଛକ ଗୋପାଳପୁର ଠାରେ ଘର କରି ରହି ଆସିବା ସହିତ ଏଠାରେ ଧାନ ବ୍ୟବସାୟ କରି ଆସୁଥିଲେ ! ସୋମବାର ସକାଳେ ସେ ଘରେ ଥିବା ବେଳେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ ! ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରିଥିଲେ !
ହେଲେ ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ! ପରେ ତାଙ୍କ ମର ଶରୀରକୁ ନିଜ ପୈତୃକ ଗ୍ରାମ ସୋରଳକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା! ଖବରପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ଶୁଭ୍ରାଂଶୁ ମୁଖାଗ୍ନି ଦେଇଥିଲେ!
Leave A Reply