ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ଥାନା ପୋଲିସ ଲୁଟ ହୋଇଥିବା ଏକ ବାଇକକୁ ଉଦ୍ଧାର କରିବା ସହିତ ଏଥିରେ ସମ୍ପୃକ୍ତ ଲୁଟେରାକୁ ଗିରଫ କରିଛି ! ଗିରଫ ଲୁଟେରା ଜଣକ ହେଉଛି କୋରେଇ ଥାନା ଅନ୍ତର୍ଗତ ଯୁଗଳ ଗ୍ରାମର ନୀଳମଣି ମିଶ୍ରଙ୍କ ପୁଅ ସୌରଭ ମିଶ୍ର (୨୦) ବୋଲି।ଜଣା ପଡିଜି! ପୋଲିସ ଠାରୁ ପ୍ରାପ୍ତ ସୂଚନା ମୁତାବକ ଗତ ୭ ତାରିଖ ସନ୍ଧ୍ୟାରେ ଚଣ୍ଡିଖୋଲ ନିକଟ ସୁଙ୍ଗୁଡା ଗ୍ରାମର ମନମୋହନ ରାଉତ ତାଙ୍କ ହିରୋ ହୋଣ୍ଡା ବାଇକଟିକୁ ଚଣ୍ଡିଖୋଲ ପରିବା ମାର୍କେଟ ପାଖରେ ରଖିଥିଲେ! ସେ ମାର୍କେଟରୁ ଆସି ଦେଖନ୍ତିତ ତାଙ୍କ ବାଇକଟି ସେଠାରେ ନାହିଁ ! ଖୋଯାଖୋଯି ପରେ ସେ ବାଇକ ନପାଇବାରୁ ଏନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ଅଭିଯୋଗ ଆଧାରରେ ପୋଲିସ ଥାନା କେଶ ନମ୍ବର ୧୭୫/୨୪ରେ ମାମଲା ରୁଜୁ କରି ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ଲୁଟ ବାଇକ ଓ ଲୁଟେରାକୁ ଠାବ କରିବା ପାଇଁ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଜେ ଆବେଦିନଙ୍କୁ ନିର୍ଦ୍ଦେଶ ଦେଇଥିଲେ ! ପୋଲିସର ଖାନତଲାସି ଚାଲିଥିଲା ବେଳେ ଲୁଟେରା ସୌରଭ ୫୩ ନମ୍ବର ଜାତୀୟ ରାଜପଥରେ ଲୁଟ ବାଇକଟି ନେଇ ପାରାଦୀପ ଆଡକୁ ଯାଉଥିଲା ବେଳେ କଣ୍ଟିଗଡ଼ିଆ ନିକଟରେ ଶ୍ରୀ ଆବେଦିନ ତାକୁ କାବୁ କରି ବାଇକ ସହିତ ଥାନାକୁ ଆଣିଥିଲେ ! ଆଜି ଲୁଟେରା ସୌରଭକୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଛି !