Odisha news

ଦ୍ୱାରଶୁଣୀ ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା, ୨୦ଆହାତ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ସ୍ଥିତ ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । ଅନୁଗୁଳରୁ ଏକ ରିଜର୍ଭ ବସ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳକୁ ଶ୍ରମିକ ମାନଙ୍କୁ ନେଇ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟିରେ ପିଟି ହୋଇଥିଲା । ଫଳରେ ବସର ସମ୍ମୁଖଭାଗ ନଷ୍ଟ ହେଇଯାଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ସେହିପରି ବସରେ ଥିବା ୨୦ଯାତ୍ରୀ ସାମାନ୍ୟ ଆହତ ହେଇଥିବାବେଳେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ତଦନ୍ତ ପୂର୍ବକ ଉଦ୍ଧାର କାର୍ଯ୍ୟ କରିଥିଲେ । ସମସ୍ତ ଆହତ ଯାତ୍ରୀଙ୍କୁ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଇଦ୍ ପର୍ବ ପାଳନ ପାଇଁ ଶ୍ରମିକ ମାନେ ନିଜ ଘରକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

Leave A Reply