Odisha news

ଆଜିଠୁ ଆରମ୍ଭ ହେଲା ପବିତ୍ର ଚୈତ୍ର ନବରାତ୍ରି : ୯ ଧରି ଏହିସବୁ କାର୍ଯ୍ୟରୁ ରୁହନ୍ତୁ ନିବୃତ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରାପ୍ତି ହେବ ସଫଳତା

0

ହିନ୍ଦୁ ଧର୍ମରେ ନବରାତ୍ରି ର ବିଶେଷ ମହତ୍ୱ ରହିଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୋଟିଏ ବର୍ଷରେ ୪ଟି ନବରାତ୍ରି ପଡିଥାଏ, ଗୋଟିଏ ହେଲା ଚୈତ୍ର ନବରାତ୍ରି , ଆଉ ଗୋଟିଏ ଶାରଦୀୟ ନବରାତ୍ରି ଏବଂ ଦୁଇଟି ଗୁପ୍ତ ନବରାତ୍ରି, ଯାହାକି ଗୃହସ୍ଥ ମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ l ନବରାତ୍ରି ସମୟରେ ମା ଦୁର୍ଗା ଙ୍କର ୯ଟି ସ୍ୱରୂପ କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ, ଯଥା – ଶୈଳପୁତ୍ରୀ, ବ୍ରହ୍ମଚାରୀଣୀ, ଚନ୍ଦ୍ର ଘଣ୍ଟା, କୁଷ୍ମାଣ୍ଡା , ଷ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ, ଓ  ସିଦ୍ଧି ଦାତ୍ରୀ  l ମାନ୍ୟତା ଅନୁସାରେ ଚୈତ୍ର ମାସ ଶୁକ୍ଳ ପକ୍ଷ ର ପ୍ରତିପଦ ତିଥିରେ ଚୈତ୍ର ନବରାତ୍ରି ଆରମ୍ଭ ହୋଇଥାଏ l

– ଚଳିତ ଥର ଚୈତ୍ର ନବରାତ୍ରି ଆରମ୍ଭ ହେଉଛି ଅପ୍ରେଲ ୯ ତାରିଖ ରୁ l ଏହିଦିନ ସକାଳ ୬ଟା ବାଜି ୧୧ ମିନିଟ ରୁ ୧୦ ଟା ୨୩ ମିନିଟ ପର୍ଯ୍ୟନ୍ତ କଳସ ସ୍ଥାପନା ପାଇଁ ଶୁଭ ମୁହୂର୍ତ ରହିବ l ଚୈତ୍ର ନବରାତ୍ରି ର ପ୍ରଥମ ଦିନ ମା ଶୈଳପୁତ୍ରୀ ଙ୍କୁ ବିଧିବଦ୍ଧ ଭାବରେ ପୂଜା କରି ଆବାହନ କରିବା ଦ୍ୱାରା ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l

– ଚଳିତ ଥର ନବରାତ୍ରି ର କିଛିଟା ବିଶେଷତା ରହିଛି, କାହିଁକି ନା ଏହିଦିନ ମା ଦୁର୍ଗତି ନାଶିନୀ ଦୁର୍ଗା ଘୋଡା ଉପରେ ବିରାଜମାନ କରି ଧରା ପୃଷ୍ଠ କୁ ବିରାଜମାନ କରିବେ l ମାନ୍ୟତା ରହିଛି ଯେ ଏହି ନଅଦିନ ଯେଉଁ ବ୍ୟକ୍ତି ମାଙ୍କ ଆରାଧନା କରିଥାଏ ତାର ସମସ୍ତ ଦୁଃଖ, କଷ୍ଟ, ଯନ୍ତ୍ରଣା ଦୂର ହୋଇଥାଏ l

– ନବରାତ୍ରି ସମୟରେ ମା ଙ୍କ ନିକଟରେ ଗୁଆ ବସାଇ ସମର୍ପଣ କରି ପୂଜା କରିବା ଦ୍ୱାରା ସୌଭାଗ୍ୟ ଓ ସୁଖ ସମୃଦ୍ଧି ର ପ୍ରାପ୍ତି ହୋଇଥାଏ , ଏବଂ ଜୀବନ ର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ l
– ନବରାତ୍ରି ସମୟରେ ମାଙ୍କୁ ନିୟମିତ ଗୋଟା ପାନ ଅର୍ପଣ କରିବା ଦ୍ୱାରା ଜୀବନ ରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ, ଏବଂ ଶତ୍ରୁ ନାଶ ହୋଇଥାଏ l ଯେଉଁ ବ୍ୟକ୍ତି ର କେଶ କଚେରୀ ଭୟ ରହିଥାଏ ସେଥିରୁ ମଧ୍ୟ ମୁକ୍ତି ମିଳିଥାଏ l

– ନବରାତ୍ରି ହେଉଛି ଅଧର୍ମ ଉପରେ ଧର୍ମର ଜୟ, ଏହି ସମୟ ରେ କଦାପି ଘରେ କଳହ ହେବା ଉଚିତ ନୁହେଁ, ପର ଆଲୋଚନା ହେବା ଉଚିତ ନୁହେଁ, କାହାକୁ ଅନାଦର କରିବା ଠିକ ନୁହେଁ, ଭୋଜନ କୁ ଅପମାନ କରିବା ଉଚିତ ନୁହେଁ, ଗୁରୁଜନ ଙ୍କ ଅସମ୍ମାନ କରିବା ମଧ୍ୟ ଉଚିତ ନୁହେଁ l

Govt
Leave A Reply