Odisha news

ସପ୍ତାହକୁ ମାତ୍ର ଗୋଟିଏ ଦିନ ରଖନ୍ତୁ ମୌନ ବ୍ରତ , ଦୂରେଇ ରହିବେ ୬ଟି ଶାରୀରିକ ସମସ୍ୟା ରୁ : ଏମ୍ସ ର ଅଧ୍ୟୟନ ରୁ ଖୁଲାସା

0

ପୂର୍ବ କାଳରେ ଲୋକେ ଏତେ ରୋଗରେ ପୀଡିତ ହେଉ ନଥିଲେ, ଏହା ପଛର ବଡ଼ କାରଣ ଥିଲା ପ୍ରକୃତି ସହିତ ନିଜକୁ ଖାପ ଖୁଆଇ ଚଳିବା l  ଏଠି ସହିତ ଧ୍ୟାନ, ପ୍ରାଣାୟମ, ଯୋଗାସନ କୁ ମଣିଷ ନିଜ ଜୀବନ ରେ ସାମିଲ କରିଥିଲା l ଯେଉଁ କାରଣରୁ ନିଜକୁ ମାନସିକ ଚାପ ଠାରୁ ଦୁରେଇ ରଖିବାରେ ସମର୍ଥ ହେଉଥିଲା l ପୁରାତନ ଚିକିତ୍ସା ପଦ୍ଧତିରେ ମୌନ ବ୍ରତ ହେଉଛି ଗୋଟିଏ ମୁଖ୍ୟ ମାଧ୍ୟମ ଭାବରେ ଗଣନା ହୋଇଥାଏ l ସେଥିପାଇଁ ପୂର୍ବରୁ ଲୋକେ ନିଜକୁ ନିରୋଗୀ ରଖିବା ପାଇଁ ସପ୍ତାହକୁ ଗୋଟିଏ ଦିନ ମୌନ ବ୍ରତ ଧାରଣ କରୁଥିଲେ l ନିକଟରେ ଏମ୍ସ ଚିକିତ୍ସକ ଦ୍ୱାରା ମୌନବ୍ରତ କୁ ନେଇ ଗୋଟିଏ ଅଧ୍ୟୟନ ହୋଇଥିଲା, ଯେଉଁଥିରେ ଏହାର ଲାଭ ବିଷୟ ରେ ଜଣା ପଡିଥିଲା l

ଆଜି ଆସନ୍ତୁ ଜାଣିବା ମୌନବ୍ରତ ଧାରଣ କରିବାର ୬ଟି ଚମତ୍କାର ଲାଭ ବିଷୟ ରେ – :

– ହୃତପିଣ୍ଡ ପାଇଁ ଲାଭ ଦାୟକ –
ଆପଣ ଏହା ଅନେକ ଥର ଦେଖିଥିବେ ଯେ ଅଧିକାଂଶ ଲୋକ ଯେତେବେଳେ ଖୁବ ଅଧିକ କଥା କହ ଥାଆନ୍ତି ବିଶେଷ ଭାବରେ ଉଚ୍ଚ ସ୍ୱରରେ ତେବେ ସେମାନେ ଉଚ୍ଚ ରକ୍ତଚାପ ର ଶିକାର ହୋଇ ଥାଆନ୍ତି l କେବେ ଏହା ହାର୍ଟ ଆଟାକ ର ମଧ୍ୟ କାରଣ ହୋଇପାରେ l ତେଣୁ ଆୟୁର୍ବେଦ ଅନୁସାରେ ହୃତପିଣ୍ଡ କୁ ସୁରକ୍ଷିତ ରଖିବା ପାଇଁ ସପ୍ତାହ କୁ ଗୋଟିଏ ଦିନ ମୌନ ବ୍ରତ ରଖିବା ଜରୁରୀ ଅଟେ l ମୌନବ୍ରତ ଆମ ଶରୀରରେ ସଠିକ ଭାବରେ ବ୍ଲଡ଼ ଶେର୍କୁଲେସନ କରିଥାଏ l ଏହାଦ୍ୱାରା ବ୍ଲଡ଼ ପ୍ରେସର ସମସ୍ୟା ଦୂର ହୋଇଥାଏ l ଏବଂ ହାର୍ଟ ସୁରକ୍ଷିତ ରୁହେ l

– ମାନସିକ ସ୍ତର ଷ୍ଟ୍ରଙ୍ଗ ହୋଇଥାଏ –
ଯଦି ଆପଣଙ୍କୁ ଖୁବ ଶୀଘ୍ର କ୍ରୋଧ ଆସି ଯାଉଛି, କିମ୍ବା ଆପଣ ଖୁବ ଛୋଟ ଛୋଟ କଥାରେ କାନ୍ଦି ପକାଇ ଥାଆନ୍ତି , କିମ୍ବା ଏଭଳି କିଛି କାର୍ଯ୍ୟ କରି ଦିଅନ୍ତି ଯାହାକୁ ନେଇ ମନ ଆପଣଙ୍କର ଭାରି ହୋଇଯାଏ ତେବେ ନିଜ ଭାବନାକୁ ଦୃଢ଼ କରିବା ପାଇଁ ମୌନବ୍ରତ ନିହାତି କରନ୍ତୁ l କାହିଁକି ନା ମୌନବ୍ରତ ଧାରଣ କରିବା ଦ୍ୱାରା ମଣିଷ ନିଜ ମଧ୍ୟରେ ଠିକ ଭୁଲ କୁ ବୁଝିପାରେ ଏବଂ ନିଜ ମନର ଭାବନାକୁ ବୁଝିପାରେ l

– ଏକାଗ୍ରତା ବଢିଥାଏ –
ମୌନବ୍ରତ ଦ୍ୱାରା ସବୁଠୁ ଅଧିକ ଆପଣଙ୍କ ଏକାଗ୍ରତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ଏକାଗ୍ରତା ବଢାଇବା ପାଇଁ ପୂର୍ବ କାଳରେ ବିଦ୍ୟାର୍ଥୀ ମାନେ ଗୁରୁକୁଳରେ ମୌନବ୍ରତ ଧାରଣ କରୁଥିଲେ l ମୌନବ୍ରତ ଧାରଣ କରିବା ଦ୍ୱାରା ଆଜିକାଲି ର ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ଲାଭ ମିଳିବ l

– ମସ୍ତିଷ୍କ ହୋଇଥାଏ ଷ୍ଟ୍ରଙ୍ଗ –
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୧ ରେ କରାଯାଇ ଥିବା ଗୋଟିଏ ସର୍ଭେ ଅନୁସାରେ ଧ୍ୱନି ପ୍ରଦୂଷଣ ଗୋଟିଏ ଆଧୁନିକ ବିପତି ଅଟେ l ତେଣୁ ନିଜକୁ ଚୁପ ରଖିବା ସହିତ ସ୍ଥିର ରଖିବା ପାଇଁ ମୌନବ୍ରତ ଗୋଟିଏ ଭଲ ମାଧ୍ୟମ ଅଟେ l ମୌନବ୍ରତ ଆମ ମସ୍ତିଷ୍କ ର କାର୍ଯ୍ୟ ଶକ୍ତିକୁ ବୃଦ୍ଧି କରିଥାଏ ଓ ମେମୋରୀ ଷ୍ଟ୍ରଙ୍ଗ କରେ l ଅଧିକ ସମୟ ଗପିବା ଦ୍ୱାରା ଆମର ଭୁଲିବା ଅଭ୍ୟାସ ଆରମ୍ଭ ହୋଇଯାଇ ଥାଏ l

– ମାନସିକ ଚିନ୍ତା ରୁ ମୁକ୍ତି –
ମୌନବ୍ରତ ଗୋଟିଏ ଏଭଳି ସାଧନା ଯାହା ମାନସିକ ଚିନ୍ତାରୁ ମୁକ୍ତି ଦେଇଥାଏ l ଆଜିର କର୍ମ ବହୁଳ ଜୀବନ ରେ ମାନସିକ ଚାପ ବିଭିନ୍ନ ରୋଗର କାରଣ ଅଟେ l ତାହାକୁ ଦୂର କରିବା ପାଇଁ ସପ୍ତାହ କୁ ନିହାତି  ଠାରେ ମୌନବ୍ରତ ଧରଣ କରିବା ଆବଶ୍ୟକ l ଯେଉଁ କାରଣରୁ ମାନସିକ ଚାପ ଦୂର ହୁଏ, ଏଙ୍ଗଯାଇଟି ଓ ଡିପ୍ରେସନ ସମସ୍ୟା ମଧ୍ୟ ଦୂର ହୋଇଥାଏ l ମେଣ୍ଟାଲ ଡ଼ିଜଅର୍ଡ଼ର ବ୍ୟକ୍ତିଙ୍କୁ ମୌନବ୍ରତ ଧାରଣ କରିବା ପାଇଁ କୁହାଯାଇ ଥାଏ l

– ଶାରୀରିକ ଶକ୍ତି ବୃଦ୍ଧି ହୋଇଥାଏ –
ମଣିଷ ଅଧିକ ଗପିବା ଦ୍ୱାରା ତାର ଶକ୍ତି ହ୍ରାସ ହୋଇଥାଏ l ଯେତେ କମ କଥା ହେବା ଆମ ମଧ୍ୟରେ ସେତେ ଅଧିକ ଶକ୍ତି ବୃଦ୍ଧି ହୋଇଥାଏ l କାହିଁକି ନ ପ୍ରତ୍ୟେକ କାର୍ଯ୍ୟ କରିବାରେ ମାନସିକ ଓ ଶାରୀରିକ ଉର୍ଜା ର ଆବଶ୍ୟକତା ପଡିଥାଏ l  ଅଧିକ ଗପିବା ଦ୍ୱାରା ମାନସିକ ଶାନ୍ତି ହ୍ରାସ ହେବା ସହିତ ଶକ୍ତି ମଧ୍ୟ କ୍ଷୟ ହୋଇଥାଏ l

Leave A Reply