ତିହିଡି, ୨୯/୦୩(ଯଦୁମଣି ପାଣିଗ୍ରାହୀ): ଶ୍ରୀଶ୍ରୀ ରାଧାମାଧବ ଜୀୟୁ ସେବକମାନଙ୍କର ନିଆରା ପରମ୍ପରା, ଯେଉଁଠି ପ୍ରଥମ ଥର କରି ମହିଳାମାନେ ଠାକୁର ବିମାନ କାନେ୍ଧଇ ମେଲଣକୁ ଯାଇଥିଲେ । ତିହିଡି ବ୍ଲକ ପୀରହାଟ ଦେଶଦୋଳ ମେଲଣରେ ଏପରି ପରିଲକ୍ଷିତ ହୋଇଛି । ବାମନବିନ୍ଧା ପଞ୍ଚାୟତ ଖେଦରପୁର ଗାଁର ଶ୍ରୀଶ୍ରୀ ରାଧାମାଧବ ଜୀୟୁ ପକ୍ଷରୁ ଚଳିତ ବର୍ଷ କେବଳ ମହିଳାମାନେ ବିମାନ କାନେ୍ଧଇ ମେଲଣକୁ ଯାଇଥିବା ଜଣାଯାଇଛି । ଏହି ଗାଁର ଶ୍ରୀଶ୍ରୀ ରାଧାମାଧବ ଜୀୟୁଙ୍କ ୩୨ତମ ଫଗୁ ପୂର୍ଣ୍ଣିମା ଦେଶଦୋଳ ଓ ମେଲଣ ଅବସରରେ ରାଧାମାଧବ ମନ୍ଦିର ପରିସରରୁ ପରିବାରର ମହିଳାମାନେ ବିମାନ କାନେ୍ଧଇ ପୀରହାଟ କାଳୀପଡିଆସ୍ଥିତ ମେଲଣକୁ ଯାଇଥିଲେ । ମହିଳାମାନେ ବିମାନକୁ କାନେ୍ଧଇ ଥିବାବେଳେ ପୁରୁଷମାନେ ଘଣ୍ଟା, ଝାଞ୍ଜ, ମୃଥଙ୍ଗ, ଢୋଲ ଓ କଂସାଳ ଆଦି ବଜେଇ ବେଶ ଧୂମ୍ଧାମରେ ମେଲଣକୁ ଯାଇଥିଲେ । ଏହାକୁ ଦେଖିବା ଲାଗି ଗାଁରୁ ମେଲଣ ପଡିଆ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଜମିଥିଲା । ପ୍ରତିବର୍ଷ ଏହିପରି ପରମ୍ପରା ବଜାୟ ରଖିବା ଲାଗି ପରିବାର ପକ୍ଷରୁ ନିଷ୍ପତି ନିଆଯାଇଛି । ଅନିତା ମହାନ୍ତିି, ରଶ୍ମିରେଖା ମହାନ୍ତି, ପୂଜା ମହାନ୍ତି, ଶତାବ୍ଦୀ ମହାନ୍ତି, ମୋନାଲୀସା ମହାନ୍ତି, ବିନୁ ମହାନ୍ତି, ସୀମା ମହାନ୍ତି, ଲିପି ମହାନ୍ତି, ସୁଚ୍ଚିସ୍ମିତା ମହାନ୍ତି, ସିଦ୍ଧି ମହାନ୍ତି, କ୍ରିଷ୍ଣା ମହାନ୍ତି, ସାଇଶ୍ରୀ ମହାନ୍ତି, ଶୁଭଶ୍ରୀ ମହାନ୍ତି, ସୁଜିତା ମହାନ୍ତି ପ୍ରମୁଖ ଠାକୁର ବିମାନକୁ କାନେ୍ଧଇବା ସହିତ ନାଚିନାଚି ମେଲଣକୁ ଯାଇଥିଲେ । ମୁଖ୍ୟ ସେବକ ସଚ୍ଚିଦାନନ୍ଦ ମହାନ୍ତି ଓ ବିଜୟ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ ।