ତିହିଡି, ୨୯/୦୩(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧିନ ଖେଦରପୁର ଗାଁରେ ତୃତୀୟ ବାର୍ଷିକ ‘ଦୁହିତା ମିଳନ’ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅଲିଅଳି ଦୁହିତାମାନେ (ବିବାହିତା ଝିଅ) ଏକ ନିର୍ଦ୍ଦିଷ୍ଟ ଦିନରେ ଗାଁକୁ ଆସି ଏକତ୍ରିତ ହୋଇ ଖୁସି ମନାଇଥାନ୍ତି । ଶ୍ୱଶୁର ଘର ଆଖପାଖ ଗ୍ରାମ ହେଉ ଅଥବା ଦୂରଦୂରାନ୍ତରୁ ଦୁହିତା ମାନେ ଛୁଟି ଆସିଥାନ୍ତି ନିଜ ବାପ ଘର ଗାଁକୁ । ଶ୍ୱଶୁର ଘରର ଆବଶ୍ୟକତା ପୂରଣ କରିବା ସହିତ ସେହି ଦିନରେ ନିଜ ବାପ ଘରକୁ ଆସି ଉତ୍ସବ ମନାଇ ବେଶ ଖୁସି ହୋଇଥାନ୍ତି । ଏହି ‘ଦୁହିତା ମିଳନ’ ଉତ୍ସବରେ ଗାଁର ଦୁହିତାମାନଙ୍କ ମଧ୍ୟରେ ମଉଡମଣି ଓ ଗୌରୀନାନୀ ଚୟନ କରାଯାଇଥାଏ । ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ପରମ୍ପରାରେ ଚଳିତ ବର୍ଷ ୨୫ରୁ ଉଦ୍ଧ୍ୱର୍ ଦୁହିତାମାନେ ଉପସ୍ଥିତ ହୋଇଥିଲେ । ଜାହ୍ନବୀ ମହାନ୍ତିଙ୍କ ସଞ୍ଚାଳନାରେ ଆୟୋଜିତ ଉତ୍ସବରେ ଦୁହିତାମାନଙ୍କ ମଧ୍ୟରେ ମଉଡମଣି ଭାବେ ରଶ୍ମିରେଖା ମହାନ୍ତି ଓ ଗୌରୀନାନୀ ଭାବେ ସରସ୍ୱତୀ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବର୍କ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବୟୋଜ୍ୟେଷ୍ଠା ଦୁହିତାଭାବେ ଜାହ୍ନବୀ ମହାନ୍ତିଙ୍କୁ ଦୁହିତାମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଦୁହିତାମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ନାଚଗୀତ ଓ କୁନିକୁନି ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ । ସୀମା ମହାନ୍ତି, ଅନି ପରିଡା, ଜାନକୀ ମହାନ୍ତି, କେତକୀ ପରିଡା, ରିଙ୍କି ନାୟକ, ଅନିତା ମହାନ୍ତି, ଲିପି ମହାନ୍ତି, ଟିକିଲି ମହାନ୍ତି, ପୂଜା ମହାନ୍ତି, ସିଲୁ ମହାନ୍ତି, ଝାନି ମହାନ୍ତି, ରୁନା ମହାନ୍ତି, ଶତାବ୍ଦୀ ମହାନ୍ତି, ବର୍ଷା ମହାନ୍ତି, ବନ୍ୟା ମହାନ୍ତି, ବିନୁ ମହାନ୍ତି, ଶ୍ରାବଣୀ ମହାନ୍ତି, ଅନୁ ମହାନ୍ତି ପ୍ରମୁକ ଉପସ୍ଥିତ ଥିଲେ । ସୁଜିତା ମହାନ୍ତିଙ୍କ ନେତୃତ୍ୱରେ ଗାଁର ସମସ୍ତ ଦୁହିତାମାନେ ଏହି କାର୍ଯ୍ୟକ୍ରମ ପରି·ଳନା କରିଥିଲେ ।