ବାରଙ୍ଗ : ପୁଣି ମା ହେବାକୁ ଯାଉଛି ସିଂହୀ ରେୱା ଓ ବିଜିଲି। ଯାହାକୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ବାତାବରଣ ଖେଳିଯାଇଛି।ରେୱା ର ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଥିବା ବେଳେ ଓ ବିଜିଲି ୪ର୍ଥ ଥର ପାଇଁ ମା ହେବ । କିନ୍ତୁ ଏମାନଙ୍କ ଶାବକ ଜନ୍ମ ଦେବା ସମୟ ଯେତିକି ପାଖେଇ ଆସୁଛି କର୍ତ୍ତୁପକ୍ଷ ଙ୍କ ଚିନ୍ତା ବଢ଼ି ବଢ଼ି ଯାଉଛି। ଚିନ୍ତା ବଢିବା ବି ସ୍ଵାଭାବିକ କଥା ,କାହିଁକି କି ନା ରେୱା ପ୍ରଥମ ଥର ପାଇଁ ୨୦୨୩ ମସିହା ଜାନୁୟାରୀ ୧୦ ରେ ମା ହୋଇଥିଲା। ପ୍ରଥମ ଗର୍ଭ ରେ ୪ଟି ଶାବକ ଜନ୍ମ ଦେଇଥିଲା । କିନ୍ତୁ ୨ଟି ଛୁଆ ମୃତୁ ବରଣ କରିଥିବା ବେଳେ ଆଉ ୨ଟି ଛୁଆ କୁ ଆପଣେଇନଥିଲା ।ବାଧ୍ୟ ହୋଇ କର୍ତ୍ତୃପକ୍ଷ ଛୁଆଗୁଡ଼ିକୁ ମଣିଷ କୋଳରେ ଲାଳନପାଳନ ହେବା ପାଇଁ ଲାଳନପାଳନ କେନ୍ଦ୍ର ରେ ଛାଡିଥିବା ଛାଡିଥିଲେ । ଏବେ ପୁଣି , ୪ ବର୍ଷ ର ଏସୀୟ ସିଂହୀ ରେୱା ସହିତ ସିଂହ ଜିତ୍ ସହ ମିଳନ କରାଯାଇଛି । ସେ ଗର୍ଭବତୀ ହୋଇଥିବା ବେଳେ ଶାବକ ଜନ୍ମ ଦେବା ସମୟ ମଧ୍ୟ ପାଖେଇ ଆସିଲାଣି । ସେହିପରି ପୁଣି ଥରେ ମା ହେବାକୁ ଯାଉଛି ସିଂହୀ ବିଜଲୀ ।ସିଂହ ସମ୍ରାଟ ସହ ସିଂହୀ ବିଜଲୀର ମିଳନ କରାଯାଇଥିବା ବେଳେ ସେ ଏବେ ଗର୍ଭବତୀ । ୨୦୨୧ମସିହା ଜୁଲାଇ ୨୧ ରେ ବିଜିଲି ପ୍ରଥମ ଥର ପାଇଁ ମା ହୋଇ ୪ ଟି ଶାବକ ଜନ୍ମ ହୋଇଥିଲା ।ଦୁଇଟି ମଲା ଛୁଆ ହୋଇଥିବା ବେଳେ ଗୋଟିଏ ଜନ୍ମ ଦେବାର ଗୋଟିଏ ଦିନ ନପୁରୁନୁ ମୃତୁ ହୋଇଥିଲା । ଏବଂ ଅନ୍ୟ ଛୁଆ କୁ ଗ୍ରହଣ ନ କରିବାରୁ କର୍ତ୍ତୃପକ୍ଷ ମଣିଷ କୋଳରେ ଲାଳନ ପାଳନ କରିବାକୁ ସ୍ଥିର କରିଥିଲେ। ସେହିପରି ୨୦୨୨ମସିହା ମାର୍ଚ୍ଚ ୧୭ରେ ଦିତୀୟ ଥର ପାଇଁ ମା ହୋଇ ଗୋଟିଏ ଶାବକ ଜନ୍ମ ଦେଇଥିଲା । କିନ୍ତୁ ଆପଣେଇନଥିଲା ।୨୦୨୨ ନଭେମ୍ବର ୨୨ତାରିଖରେ
ତୃତୀୟ ଥର ପାଇଁ ମା ହୋଇଥିଲା । ତେବେ , ବିଗତ ଦିନରେ ବିଜିଲୀ ଦୁଇ ଦୁଇ ଥର ମାତୃତ୍ଵ ଲାଭ କରିଛି କିନ୍ତୁ ନିଜ ଛୁଆକୁ ଆପଣେଉନି । ଛୁଆକୁ ମଣିଷ କୋଳରେ ଲାଳନପାଳନ ହେଉଛନ୍ତି ।ଏବେ ସିଂହୀ ରେୱା ଓ ବିଜିଲି କୁ କର୍ତ୍ତୁପକ୍ଷ ସ୍ବତନ୍ର ଦୃଷ୍ଟି ଦେଉଛନ୍ତି ।