ବାରିପଦା : ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା, ଅବାଧ, ନିରପେକ୍ଷ ଓ ଭୟମୁକ୍ତ ଭାବରେ ପରିଚାଳନା କରିବା ଉଦେ୍ଦଶ୍ୟରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ଗୁରୁବାର ଅପରାହ୍ନରେ ବାରିପଦା ଟାଉନ ଥାନା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି ଫ୍ଲାଗମାର୍ଚ୍ଚର୍ କୃଷ୍ଣଚନ୍ଦ୍ର ଗୋଲେଇ ଠାରୁ ଆରମ୍ଭ ହୋଇ ଶୂନଗଡିଆ, ତୁଳସୀଚଉରା, ବାଘରାରୋଡ, ଦାରଗାଡାହି ଆଦି ଅଞ୍ଚଳରେ ମୟୂରଭଞ୍ଜ ଜିଲ୍ଲା ପୋଲିସ ସିଆଇପିଏଫ ଫୋର୍ସ ଓ ଉଚ୍ଚପଦସ୍ତ ପୋଲିସ ଅଧିକାରୀ ମାନେ ଏହି ଫ୍ଲାଗମାର୍ଚ୍ଚରେ ଉପସ୍ଥିତ ଥିଲେ । ମୟୂରଭଞ୍ଜ ଏସପି ଏସ.ସୁଶ୍ରୀଙ୍କ ନେତୃତ୍ୱରେ ଅତିରିକ୍ତ ଏସପି ଉମାଶଙ୍କର ମହାରଣା, ଉମେଶ କୁମାର ପଣ୍ଡା, ନୋଡାଲ ଅଫିସର ଦଳମଣୀ ଭୋଇ, ବାରିପଦା ଏସଡିପିଓ ସୁଜିତ ପ୍ରଧାନ ପ୍ରମୁଖଙ୍କ ସହ ବାରିପଦା ଟାଉନ ଥାନା ଅଧିକାରୀ ସୁମିତ ସୋରେନ୍ ଓ ଭଞ୍ଜପୁର ଥାନା ଅଧିକାରୀ କରୁଣାକର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଫ୍ଲାଗମାର୍ଚ୍ଚ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଚାଲୁ ରହିବ ବୋଲି ମୟୂରଭଞ୍ଜ ଏସପି ସୂଚନା ଦେଇଛନ୍ତି ।