ବେତନଟୀ : ସମଗ୍ର ରାଜ୍ୟର ବାର ଏସୋସିଏନ ନିର୍ବାଚନ ନିମନ୍ତେ ମାର୍ଚ୍ଚ ୧୧ଓ ୧୨ ତାରିଖ ଦୁଇଦିନ ଧରି ପ୍ରାର୍ଥୀପତ୍ର ଦାଖଲର ତାରିଖ ଥିବା ବେଳେ ୧୮ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।ମାର୍ଚ୍ଚ ୩୦ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ବିଭିନ୍ନ ପଦପଦବୀ ନିମନ୍ତେ ପ୍ରାର୍ଥୀପତ୍ର ବାର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ୧୬ ତାରିଖ ଯାଞ୍ଚ ଦିବସ ପରେ ବୁଧବାର ୧୮ ମାର୍ଚ୍ଚରେ ରୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଅଛି । ତଦନୁଯାୟୀ ସଭାପତି ପଦ ନିମନ୍ତେ ଲମ୍ବୋଦର ମହାନ୍ତ ଓ ସଚ୍ଚିଦାନନ୍ଦ ମହାନ୍ତିଙ୍କ ନାମ ରହିଛି, ଫଳରେ ଏମାନଙ୍କ ମଧ୍ୟରେ ସିଧା ସଳଖ ପ୍ରତିଦ୍ବନ୍ଦିତା ହେବାକୁ ଥିବା ଜଣାଯାଇଛି ।ସଂପାଦକ ପଦ ନିମନ୍ତେ ଦୀପକ କୁମାର ଖଣ୍ଡେଲୱାଲ ଓ ପ୍ରବୀର କୁମାର ବାରିକ ପ୍ରାର୍ଥୀ ରହିଛନ୍ତି। ଅନ୍ୟ ସମସ୍ତ ପ୍ରାର୍ଥୀ ଓ ପଦବୀ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଉଥିବାର ଜଣାଯାଉଛି। ଉପସଭାପତି ପଦବୀ ନିମନ୍ତେ ପ୍ରାର୍ଥୀ ରବିନାରାୟଣ ମହାପାତ୍ର ଓ କୋଷାଧ୍ୟକ୍ଷ ପଦରେ ମନୋଜ କୁମାର ଦଳେଇଙ୍କର ବିକଳ୍ପ ପ୍ରାର୍ଥୀ ନ ଥିବାରୁ ସେମାନେ ମଧ୍ୟ ନିର୍ବାଚିତ ହେବାକୁ ଯାଉଛନ୍ତି।ସହ ସଂପାଦକ ଭାବେ ଏକମାତ୍ର ପ୍ରାର୍ଥୀ ଥିବା ଦୁଃଖିଆ ମୁର୍ମୁଙ୍କ ପ୍ରାର୍ଥୀପତ୍ର ନାକଚ ହେବାରୁ ଉକ୍ତ ପଦବୀ ଶୂନ୍ୟ ରହିଛି। ସଭାପତି ପଦ ନିମନ୍ତେ ଦେବବ୍ରତ ପରିଡା,କୋଷାଧ୍ୟକ୍ଷ ଭାବେ ଅନ୍ୟତମ ପ୍ରାର୍ଥୀ ମଧୁସୂଦନ ମହାନ୍ତଓ କାର୍ଯ୍ୟକାରୀ ସଦସ୍ୟ ଧିରେନ୍ ଦେହେରାଙ୍କର ମଧ୍ୟ ପ୍ରାର୍ଥୀପତ୍ର ନାକଚ୍ ହୋଇଥିବା ଜଣାଯାଇଛି ।ମୋଟ ପାଞ୍ଚଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ମଧ୍ୟରୁ ହରଦତ୍ତ ମହାନ୍ତ, ଅଂଶୁମାନ ସରକାର, ସଂଜୟ କୁମାର ଭୂୟାଁ, ଧିରଜ କୁମାର ଖଣ୍ଡେଲୱାଲ ପ୍ରମୁଖ ସଦସ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଉଥିବାର ଜଣାଯାଇଛି। ଚଳିତ ବର୍ଷ ବେତନଟୀ ବାରର ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ଲମ୍ବୋଦର ନାୟକ କାର୍ଯ୍ୟ ନିର୍ବାହ କରୁଥିବା ଜଣାଯାଇଛି ।