Odisha news

ନିଷ୍ଠାର ରମଜାନ ମାସ : ଉପବାସ କରୁଛନ୍ତି ମୁସଲିମ ଭାଇଭଉଣୀ

0
ନିରାକାରପୁରs,୧୮/୩ : ରମଜାନ ମାସ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀ ପାଇଁ ଆଲ୍ଲା ଙ୍କ ପାଇଁ ସମର୍ପିତ ମାସ । ଏହି ମାସରେ ଉପବାସ ଧାରୀ ମୁସଲିମ ବ୍ୟକ୍ତିମାନେ କିଛି ସୂତନ୍ତ୍ର ନୀତି ନିୟମ ଅନୁଯାୟୀ ନିଜର ଉପବାସ ରଖିବା ସହିତ ନମାଜ ପାଠ କରି ନିଜର ଭକ୍ତି ଭାବର ପରିଚୟ ପ୍ରଦାନ କରିଥାନ୍ତି। ଚଳିତ ମାସ ୧୨ ତାରିଖରୁ ଏହି ରମଜାନ ଉପବାସ ମାସ ଆରମ୍ଭ ହୋଇଛି। ଅମାବାସ୍ୟା ପରଠାରୁ ପ୍ରଥମ ଦିନ ଚାନ୍ଦ ଦେଖିବା ପରେ ତରାଜୁ ନମାଜ ପଢା ଯାଇଥାଏ।ଉକ୍ତ ରାତି ପାହନ୍ତା ୪ଟା ବେଳକୁ ଉପବାସ ଧାରୀ ମାନେ ସହରୀ ଭୋଜନ କରିଥାନ୍ତି। ପରେ ସକାଳ ୫ ଟା ରେ ସମୂହ ନମାଜ ପାଠ କରିଥାନ୍ତି। ତା ପରେ ପୁଣି ଦିନ ସାଢେ଼ ଗୋଟାଏ ବେଳେ ଜୋହର ନମାଜ ପଢ଼ିଥାନ୍ତି। ସନ୍ଧ୍ୟା ୬ ଟା ବେଳେ ମଗରିବ୍ ନମାଜ ଅଜାନ ଶୁଣିଲେ ରୋଜା ଫିଟାଇ ଅଫତାର ଖାଦ୍ୟ ଗ୍ରହଣ କରିଥାଆନ୍ତି। ପୁନର୍ବାର ରାତି ୯ ଟାରେ ଏଁଶ। ନମାଜ ସହିତ ତରାବି ନମାଜ ୨୦ ରେ କାତ୍ ପଢନ୍ତି
Govt
Leave A Reply