Odisha news

ରାଷ୍ଟ୍ରୀୟ କଳାମଞ୍ଚ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ ଅନୁଷ୍ଠିତ।। 

0
ବ୍ରହ୍ମପୁର : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରାମହରି ନଗର ଠାରେ  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ  ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା କୁ ପ୍ରତିଷ୍ଠିତ କରିବା ନିମନ୍ତେ ପ୍ରତିଭା ସଙ୍ଗମ ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ରୁଚି ରଖୁଥିବା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପ୍ରାନ୍ତ ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ସଂକେତ କୁମାର ସାହୁ ଯୋଗ ଦେବା ସହ ଗଂଜାମ ବିଭାଗ ସଂଯୋଜକ ଅନିଲ କୁମାର ସ୍ବାଇଁ, ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ କିରଣ ସେଠୀ, ଜିଲ୍ଲା ପ୍ରମୁଖ କେ କୃଷ୍ଣମୂର୍ତ୍ତି ଦାସ, ଜିଲ୍ଲା ସହ ସଂଯୋଜକ ଆୟୁଷ କୁମାର ରଥ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଓ ଜିଲ୍ଲାରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ବିଭାଗ ସଂଗଠନ ମନ୍ତ୍ରୀ ଟୁକୁନା ମଲ୍ଲିକ, ପ୍ରାନ୍ତ ସୋସିଆଲ ମିଡ଼ିଆ ସହସଂଯୋଜକ ସୁନୀଲ ଦୋରା, ଗଞ୍ଜାମ ବିଭାଗ ବ୍ୟବସ୍ଥା ପ୍ରମୁଖ ରଜତ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିକାଶ ପାତ୍ର, କାର୍ଯ୍ୟଳୟ ସଂପାଦକ ଅଜୟ,ଛାତ୍ର ନେତା ରାହୁଲ ବେହେରା ଯୋଗଦେଇଥିଲେ । ଆୟୁଷ କୁମାର ରଥ ମଂଚ ପରିଚାଳନା କରିଥିଲେ। ଏଥି ସହ ବିଚାରକ ମଣ୍ଡଳୀ ରୁପେ ଅନୀଲ ସେଠୀ (ନୃତ୍ୟ), ଧନଞ୍ଜୟ ପାଣିଗ୍ରାହୀ , ରାକେଶ ପଟ୍ଟନାୟକ(ଚିତ୍ର ), ଲିଲୁ ସେଠୀ (ଡ୍ରାମା), ଦିଗାମ୍ବର ନାୟକ(ସଂଗୀତ), ନଳିନୀ ସାହୁ (ରଙ୍ଗୋଳି)ଭାଷଣ, ସତ୍ୟ (ଏକାଙ୍କିକା)ଝୋଟି, ଏକକ ଅଭିନୟର ନେତୃତ୍ଵ ନେଇଥିଲେ। ବ୍ୟବସ୍ଥା ଦାୟିତ୍ବ ରୂପେ ଶୁଭକାନ୍ତ ମଲ୍ଲିକ, ସୋଭାବିନି ଝୁଡ଼ିଆ, ବଳରାମ ଦାସ, ସୁଭଦ୍ରା ସାବତ ଦାୟିତ୍ବ ସୁଚାରୁ ରୂପେ ତୁଲାଇଥିଲେ ।ଏହି ବିଭାଗ ର କୃତିତ୍ବ ଛାତ୍ରଛାତ୍ରୀ ଆଗାମୀ ରାଜ୍ଯ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ନିଜ କଳା ପ୍ରଦର୍ଶନ କରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
Leave A Reply