ଗୋଟିଏ ସ୍ୱାସ୍ଥ୍ୟକର ଜୀବନ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ର ଅନେକ ମହତ୍ୱ ରହିଛି l ସୁସ୍ଥ ଜୀବନ ପାଇଁ ବିଶେଷ ଭାବରେ ୭ଟି ପିତା ଜିନିଷ ର ଜୀବନ ରେ ଅନେକ ଗୁରୁତ୍ୱ ରହିଛି l ସୁସ୍ଥ ଜୀବନ ପାଇଁ ପିତା ଜିନିଷ ଯେପରିକି କଲରା, ଡାର୍କ ଚକୋଲେଟ ଓ ମେଥି ଭଳି ଆହାର କୁ ନିଜ ଦୈନନ୍ଦିନ ଜୀବନ ରେ ଶାମିଲ ନିହାତି କରିବା ଜରୁରୀ l ଏହାର ସ୍ୱାଦ କାରଣରୁ ଆମେ ଏହାକୁ ଖାଇବାକୁ ଇଚ୍ଛା କରିନଥାଉ l ଆଜି ଆସନ୍ତୁ ଜାଣିବା ଏଭଳି ୭ଟି ପିତା ଖାଦ୍ୟ ଯାହାକି ଶରୀର ପାଇଁ ଖୁବ ଲାଭ ଦାୟକ l
– ଲେମ୍ବୁ – ଲେମ୍ବୁ ରେ ଭିଟାମିନ ସି ଅଧିକ ମାତ୍ରାରେ ରହିଛି l ଯାହାକି ଆମ ଶରୀର ପାଇଁ ଖୁବ ଲାଭ ଦାୟକ l ଏହା ଶରୀର କୁ ଅକ୍ସିଜେନ ଫ୍ରି ରେଡ଼ିକୁଲସ ଠାରୁ ରକ୍ଷା କରିଥାଏ ଓ ରୋଗ ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ l
– କଲରା – କଲରା ଭିଟାମିନ ସି, ବି1, ବି2 , ବି 3, ଫାଓଲେଟ ଆଇରନ, ଜିଙ୍କ, ପୋଟାସିୟମ, ମଗ୍ନେଶୀୟମ, ଫସଫରସ, ଜିଙ୍କ, କ୍ୟାଲସିୟ, ର ଗନ୍ତାଘର ଅଟେ l ଏହା ଆମ ଶରୀର କୁ ବିଭିନ୍ନ ରୋଗ ନିକଟରୁ ରକ୍ଷା କରିଥାଏ l
– ମେଥି- ମେଥି ମଞ୍ଜି ରେ ଅନେକ ପ୍ରକାର ସ୍ୱାସ୍ଥ୍ୟଲାଭ କାରକ ଅଟେ, ଯାହାକି ମଧୁମେହ କୁ ନିୟନ୍ତ୍ରଣ କରିବା ସହିତ କୋଲେଷ୍ଟ୍ରଲ ମଧ୍ୟ କମାଇ ଥାଏ l ଆଉ ପାଚନ କ୍ରିୟା ରେ ସୁଧାର ଆଣିଥାଏ l
– ଲିମ୍ବ- ଲିମ୍ବ ପତ୍ର ସ୍ୱାସ୍ଥ୍ୟ ପକ୍ଷରେ ଖୁବ ଲାଭ ଦାୟକ l ଏହା ରକ୍ତକୁ ସୁଧ କରିଥାଏ, ମଧୁମେହ ନିୟନ୍ତ୍ରିତ କରିଥାଏ l ତ୍ୱଚା କୁ ସୁରକ୍ଷା ଦେଇଥାଏ ଏବଂ ଅନେକ ପ୍ରକାର ସଂକ୍ରମଣ ଠାରୁ ରକ୍ଷା କରେ l
– ବ୍ରଙ୍କୋଳୀ – ଏଥିରେ ଭିଟାମିନ ଏ ଓ ସି ଭଳି ପୋଷାକ ତତ୍ୱ ରହିଛି l ଯାହାକି ଆମକୁ ରକ୍ତ ହୀନତା ଠାରୁ ଦୁରେଇ ରଖିଥାଏ ଏବଂ କୋଷ୍ଠ କାଠିନ୍ୟ ସମସ୍ୟା ଦୂର କରିଥାଏ l
– ଗ୍ରୀନ ଟି – ଗ୍ରୀନଟି ଶରୀରର ମେଟାବୋଲିଯିମ ବୃଦ୍ଧି କରିଥାଏ ଓ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ l ପାଚନ ସମସ୍ୟା ଠିକ ରଖିଥାଏ l ହାର୍ଟ କୁ ସୁରକ୍ଷିତ ରଖିଥାଏ l
– ଡାର୍କ ଚକୋଲେଟ – ଏହାର ସ୍ୱାଦ ଖୁବ ପିତା ହୋଇଥାଏ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l ଡାର୍କ ଚକୋଲେଟ ହାର୍ଟ ହେଲଥ କୁ ମଧ୍ୟ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ l ମୁଡ଼ ସୁଇଙ୍ଗ କରିବା ଠାରୁ ଦୁରେଇ ମଧ୍ୟ ରଖିଥାଏ l