Odisha news

ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଉଦୟ କୁମାର ମହାପାତ୍ର

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଉଦୟ କୁମାର ମହାପାତ୍ର । ପୂର୍ବରୁ ଶ୍ରୀ ମହାପାତ୍ର ଅନୁଗୁଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ କାର୍ଯ୍ୟରତ ଥିଲେ । ଆଜି ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟାଳୟରେ ଯୋଗଦାନ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଉପସ୍ଥିତ ଥିବାବେଳେ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ । ଜଣେ ଦକ୍ଷ ପ୍ରଶାସକ ଭାବରେ ଓଡିଶାରେ ଖ୍ୟାତି ଲାଭ କରିଥିବା ଶ୍ରୀ ମହାପାତ୍ର ମୟୂରଭଞ୍ଜରେ ମଧ୍ୟ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ସିନେ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇ କହିଥିଲେ । ସୂଚନା ଥାଉକି, ପୂର୍ବରୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ଅଭିମନୁ୍ୟ ବେହେରାଙ୍କର ବଦଳି ହୋଇଅଛି ଏବଂ ସେ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ମହାପାତ୍ରଙ୍କ ଦାୟିତ୍ୱ ଗ୍ରହଣ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର ଦୌଲତ ଚନ୍ଦ୍ରକାର, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ) ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର ଶୁଭଙ୍କରୀ ସୁଦେସ୍ନା ଦାଶ, ଡେପୁଟି କଲେକ୍ଟର ସୁଶ୍ରୀ ବସୁନ୍ଧରା ଭିଟ୍ରିଆ, ଡେପୁଟି କଲେକ୍ଟର ସୁଶ୍ରୀ ଶ୍ରଦ୍ଧା ସୁମନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply