Odisha news

ନିର୍ମ।ଣ ହେବ ନଗଡ-ନଳଦିଆ ସେତୁ, ଆରମ୍ଭ ହେଲା ସର୍ଭେ ଓ ସଏଲ ଟେଷ୍ଟ

0
 ରାଜନଗର, ୧୧/୩  ରାଜନଗର ବ୍ଲକ ଓସ୍ତିଆ ପଂଚାୟତ ନଳଦିଆ ଓ କଟକଣାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବ। ଦୀର୍ଘ ବର୍ଷ ଧରି ବିଚ୍ଛିନ୍ନ ହୋଇ ରହିଥିବା ନିଜ ବ୍ଲକ ହେଡକ୍ବାର୍ଟରକୁ ଆସିବା ପାଇଁ ଭୋଗୁଥିବା ଦୁର୍ଦ୍ଧଷା ଓ ସମସ୍ୟା ଦୂର ହେବ। କେବଳ ବ୍ଲକ ନୁହେଁ ନିଜ ପଂଚାୟତ ଅଫିସକୁ ଆସିବାକୁ ହେଲେ ପଡୋଶୀ ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକ ପାରହେଲେ ନିଜ ପଂଚାୟତରେ ପହଁଚୁଥିଲେ। ନିଜ ପଂଚାୟତକୁ ଆସିବା ପାଇଁ ପ୍ରାୟ ୫୦ କିମି ରାସ୍ତା ପାର ହେବାକୁ ପଡୁଥିଲା।  କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ବ୍ରାହ୍ମଣୀ ନଦୀ ଉପରେ ନଗଡ ଓ ନଳଦିଆ ସେତୁ ନିର୍ମ।ଣ ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଂଚଳବାସୀ ଖୁସିରେ ବିଭୋର ହୋଇ ପଡିଛନ୍ତି।
ରାଜନଗର ବ୍ଲକ ଓସ୍ତିଆ ପଂଚାୟତର ନଳଦିଆ ଓ କଟକଣା ଗାଁ। ଏହି ଦୁଇଟି ଗାଁ ଗୋଟିଏ ପଟରେ ଥିବା ବେଳେ ଅନ୍ୟ ପଟରେ ରାଜନଗର ବ୍ଲକ ରହିଛି। ଦୁଇଟି ଗାଁର ଲୋକେ ରାଜନଗର ବ୍ଲକର ଅଧିବାସୀ ହୋଇଥିଲେ ମଧ୍ୟ ଏମାନେ ପଡୋଶୀ ଆଳି ବ୍ଲକ ଉପରେ ନିର୍ଭର କରି ଚଳୁଥିଲେ। ଏମାନେ ବିଭିନ୍ନ ସରକାରୀ କାମରେ ବ୍ଲକ ହେଡକ୍ବାର୍ଟର ଏପରିକି ନିଜର ପଂଚାୟତ କାର୍ଯ୍ୟ।ଳୟକୁ ଆସିବାକୁ ହେଲେ ୫୦ କିମି ରାସ୍ତା ପାର ହୋଇ ଆସିବାକୁ ପଡୁଥିଲା।  ନଗଡରୁ ନଳଦିଆ ବ୍ରାହ୍ମଣୀ ନଦୀରେ ଡଙ୍ଗା ଚାଲୁଥିଲେ ମଧ୍ୟ ତାହା ବିପଦ ସଂକୁଳ ଥିଲା। ନଦୀଟି କୁମ୍ଭୀର ସାଲୁବାଲୁ ହୋଇଥିବା ବେଳେ ନଦୀଟି ଗଭୀରିଆ ଥିବାରୁ ସାଇକେଲଟିଏ ପାର କରିବା ମଧ୍ୟ କଷ୍ଟସାଧ୍ୟ ହେଉଥିଲା। ଦୁଇଟି ଗାଁର ପ୍ରାୟ ୧ହଜାର ଲୋକ ପଂଚାୟତରେ କୌଣସି କାମ ପଡିଲେ ବା ନିଜର ବ୍ଲକ, ତହସିଲ, ଥାନାକୁ ଆସିବାକୁ ହେଲେ ୫୦ କିମି ପାରହୋଇ ଆସିବାକୁ ପଡୁଥିଲା। ଗାଁରୁ ବାହାରି ପ୍ରଥମେ ଆଳି ବ୍ଲକ ଅଂଚଳ ପାର ହେବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ପାର ହୋଇ ରାଜନଗର ଆସିବାକୁ ପଡୁଥିଲା। ଗୋଟିଏ ପଂଚାୟତର ଲୋକେ ସେହି ପଂଚାୟତ କାର୍ଯ୍ୟ।ଳୟକୁ ଆସିବାକୁ ୫୦ କିମି ରାସ୍ତା ପାର ହେବା ଘଟଣା ଅଞ୍ଚଳ ବାସୀଙ୍କୁ ବହୁ କଷ୍ଟ ଦେଇଥାଏ।  ଦୀର୍ଘବର୍ଷ ଧରି ଓସ୍ତିଆ ପଂଚାୟତର ନଳଦିଆ ଓ କଟକଣା ଗାଁର ଲୋକେ ନଗଡ, ନଳଦିଆ ମଧ୍ୟରେ ସେତୁ ନିର୍ମ।ଣ ପାଇଁ ଦାବୀ କରି ଆସୁଥିଲେ। ରାଜନଗର ବିଧାୟକ ଧ୍ରୁବ ସାହୁ ଏ ନେଇ ବିଧାନସଭାରେ ଏହି ସେତୁ ନିର୍ମ।ଣ ପାଇଁ ବିଭିନ୍ନ ସମୟରେ ଦାବୀ କରିଥିଲେ। ଶେଷରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚଳିତମାସ ୬ ତାରିଖ ଦିନ ବିଜୁ ସେତୁ ଯୋଜନାରେ ଓଡିଶାରେ ୩୨ଟି ସେତୁ ନିର୍ମ।ଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ସେତୁ ବ୍ରାହ୍ମଣୀ ନଦୀ ଉପରେ ନଗଡ-ନଳଦିଆ ସେତୁ ନିର୍ମ।ଣ ହେବ ବୋଲିି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସର୍ଭେ କରାଯିବା ସହ ସଏଲ ଟେଷ୍ଟ ପକ୍ରିୟା ଆରମ୍ଭ ହୋଇଛି। ଏହି ପକ୍ରିୟା ସରିଲେ ଡିପିଆର ପ୍ରସ୍ତୁତ ହୋଇ ଟେଣ୍ଡର ହେବ ବୋଲି ସହକାରୀ ନିର୍ବ।ହୀଯନ୍ତ୍ରୀ ସୁବାଷ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି। ଅଞ୍ଚଳ ବାସି ଙ୍କ ପକ୍ଷରୁ ବିଧାୟକ ଓ ମୂଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।
Leave A Reply