Odisha news

ଗୋଟିଏ ବିରଳ ଶିବଲିଙ୍ଗ, ଯେଉଁଠାରେ ୧୦୧ ବର୍ଷରୁ ଜଳୁଛି ଅଖଣ୍ଡ ଦୀପ

0

ରାଜସ୍ଥାନ କୋଟା ରେ ଗୋଟିଏ ରୁ ଗୋଟିଏ ବଳିକି ଶିବ ଙ୍କ ମନ୍ଦିର ରହିଛି l ଏହି ସ୍ଥାନରେ କେଉଁଠି ୫୨୫ ଶିବ ଲିଙ୍ଗ ଦୁନିଆରେ ବିଶେଷ ସ୍ଥାନ ଅଧିକାର କରିଛି ତ ଆଉ କେଉଁଠି ବଣ ମଧ୍ୟରେ ମହାଦେବ ବିରାଜ ମାନ କରିଛନ୍ତି l ଏହି ସ୍ଥାନରେ ୧୫୦୦ ବର୍ଷ ପୁରୁଣା ଶିବଲିଙ୍ଗ ଏଠାରେ ରହିଛି ଯିଏ କି ସ୍ୱୟଂ ଆବିର୍ଭୁତ ହୋଇଛନ୍ତି l କୋଟା ର ପୁରୁଣା ସହର ରେତବାଲି ରେ ସ୍ଥିତ ନୀଳକଣ୍ଠ ମହାଦେବ ଙ୍କ ଦର୍ଶନ ମାତ୍ରକେ ସମସ୍ତ ଦୁଃଖ ହରଣ ହୋଇଥାଏ l ଏହି ସ୍ଥାନକୁ ଦେଶ ବିଦେଶ ରୁ ଅନେକ ଭକ୍ତ ଭଗବାନ ମହାଦେବ ଙ୍କୁ ଦର୍ଶନ କରିବାକୁ ଆସି ଥାଆନ୍ତି l

ପୂର୍ବରୁ ଯେଉଁ ଶିବ ଲିଙ୍ଗ ମାଟି ଉପରେ ବଡ଼ ଆକାରରେ ଦେଖା ଯାଉଥିଲା ତାହା ବର୍ତମାନ ମାଟି ଭିତରକୁ ପଶି ପଶି ଯାଉଛି ଏବଂ ବର୍ତମାନ ମାତ୍ର ଗୋଟିଏ ଇଞ୍ଚ ରହି ଯାଇଛି l ମାନ୍ୟତା ଅନୁସାରେ ଏଠାରେ ନୀଳକଣ୍ଠ ମହାଦେବ ସ୍ୱୟଂ ଆବିର୍ଭୁତ ହୋଇଛନ୍ତି l ଏହି ମନ୍ଦିର ଟି ୧୫୦୦ ବର୍ଷ ପୁରୁଣା ଅଟେ l ମାନ୍ୟତା ରହିଛି ଯେ ଏହି ଶିବ ଲିଙ୍ଗ ର ମୂଳ ପାତାଳ ଲୋକ କୁ ଯାଇଛି l ସେଥିପାଇଁ ଏହାକୁ ହାର୍ଡ଼କେଶ୍ୱର ଲିଙ୍ଗମ କୁହାଯାଇ ଥାଏ l ତାଙ୍କୁ ଦର୍ଶନ କରିବା ମାତ୍ରକେ ସମସ୍ତ ମନୋସ୍କାମନା ପୁର୍ଣ ହୋଇଥାଏ l ଏଠାରେ ରହିଥିବା ଗୋଟିଏ ଶିଳା ଲେଖ ରହିଛି, ଯାହାର ଭାଷା ବୁଝି ହୋଇନଥାଏ, ୧୫୦୦ ବର୍ଷ ପୂର୍ବେ ଏଠାରେ ଜଣେ ସାଧୁ ତପସ୍ୟା କରୁଥିଲେ, ସେହି ସମୟରେ ଏଠାରେ ଜଙ୍ଗଲ ରହିଥିଲା ଏବଂ ସେହି ସମୟ ରୁ ଏହି ସ୍ଥାନର ମହତ୍ୱ ରହିଛି l

ସେହି ସମୟ ରେ ଜଣେ ରାଜା ଏଠାରେ ରହୁଥିଲେ, ଯିଏକି ଭୀଲ ଅର୍ଥାତ ଶବର ଥିଲେ , ଏବଂ ସେ ଗୋଟିଏ ତୀର ମାରିଲେ ଯାହାକି ସାଧୁ ଙ୍କୁ ବାଜିଲା ଏବଂ ସାଧୁ ଜଣଙ୍କ ମୋକ୍ଷ ପ୍ରାପ୍ତି କରିଗଲେ ଏବଂ ଏହାପରେ ସ୍ଵୟଂଭୂ ନୀଳକଣ୍ଠ ପ୍ରକଟ ହେଲେ l ଏଠାରେ ଜଳୁଥିବା ଅଖଣ୍ଡ ଦୀପ ଆଜି ପର୍ଯ୍ୟନ୍ତ ୧୦୧ ବର୍ଷ ହେଲାଣି ଜଳି ଆସୁଛି l ଏଠାରେ କେବଳ ଭାରତୀୟ ପର୍ଯ୍ୟଟକ କିମ୍ବା ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ନଥାଏ, ବିଦେଶ ରୁ ଅନେକ ଶିବ ଭକ୍ତ ଏଠାକୁ ଆସି ଥାଆନ୍ତି l ବିଶେଷ ଭାବେ ଏଠାରେ ପ୍ରତି ଷୋମବାର ଦିନ ଭିଡ଼ ଲାଗିଥାଏ l

Leave A Reply