ଚଳିତ ମାର୍ଚ୍ଚ ମାସ ୮ତାରିଖ ଶୁକ୍ରବାର ଦିନ ମହାପର୍ବ ମହାଶିବରାତ୍ରି ପାଳିତ ହେବାକୁ ଯାଉଛି l ଶିବ ଭକ୍ତଙ୍କ ଭକ୍ତିରେ ଏହିଦିନ ମହାଦେବ ପ୍ରସନ୍ନ ହୋଇ ଥାଆନ୍ତି l ଏହିଦିନ ମହାଦେବ ଙ୍କ ପୂଜା ଭକ୍ତି ଭାବରେ କରିବା ଦ୍ୱାରା ଖୁବ ଶୁଭ ହୋଇଥାଏ l ମାନ୍ୟତା ରହିଛି ଯେ ଏହିଦିନ କିଛିଟା ବିଶେଷ ଜିନିଷ ଅର୍ପଣ କରିବା ଦ୍ୱାରା ମହାଦେବ ଙ୍କ ଅଶେଷ କୃପା ପ୍ରାପ୍ତି ହୋଇଥାଏ l
* ମାନ୍ୟତା ରହିଛି ଯେ ମହାଶିବରାତ୍ରି ରେ ମହାଦେବ ଙ୍କୁ ଯାହାବି ଅର୍ପଣ କରାଯାଇ ଥାଏ ଭକ୍ତି ଭାବରେ ସେ ତାହା ଅର୍ପଣ କରି ଥାଆନ୍ତି l ବିଶେଷ ଭାବରେ ମହୁ ମହାଦେବ ଙ୍କର ଖୁବ ପ୍ରିୟ ଅଟେ l ମହୁ ଓ ଦୁଗ୍ଧ ରେ ଶିବଲିଙ୍ଗ ରେ ମହାଶିବରାତ୍ରି ରେ ଅଭିଷେକ କରିବା ଦ୍ୱାରା ଭକ୍ତଙ୍କ ଜୀବନ ରେ ଧନ ସମ୍ପତି ର ଅଭାବ ହୋଇନଥାଏ l
* ମାନ୍ୟତା ରହିଛି ଯେ ମହାଦେବ ଙ୍କର ଦୂରଦୁରା ଫୁଲ ଖୁବ ପ୍ରିୟ ଅଟେ l ପୌରନିଙ୍କ ମାନ୍ୟତା ଅନୁସାରେ ଦେବତା ମାନେ ଗରମ ର ସଙ୍କଟ ରୁ ମୁକ୍ତି ପାଇବା ପାଇଁ ମହାଦେବ ଙ୍କୁ ଦୂରଦୁରା ଫୁଲ ଓ ଏହାର କଣ୍ଟକିତ ଫଳ ଅର୍ପଣ କରିଥିଲେ l ତେଣୁ ଏହି ୨ଟି ଜିନିଷ ମହାଦେବ ଙ୍କର ପ୍ରିୟ ଅଟେ l
* ମାନ୍ୟତା ରହିଛି ଯେ ବେଲ ଗଛ ମୂଳରେ ମାତା ଲକ୍ଷ୍ମୀ, ମାତା ପାର୍ବତୀ ଓ ମହାଦେବ ଙ୍କ ବାସ ହୋଇଥାଏ l ତେଣୁ ଶିବ ରାତ୍ରି ଦିନ ମହାଦେବ ଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ଭକ୍ତ ଙ୍କ ଉପରେ କୃପା ବୃଷ୍ଟି ହୋଇଥାଏ l ଏହାଛଡା ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହୋଇଥାଏ l
* ଶନି ଦୋଷ ରୁ ମୁକ୍ତି ପାଇବା ପାଇଁ ଲୋକେ ନିଜ ଘରେ ଶାମି ବୃକ୍ଷ ଲଗାଇ ଥାଆନ୍ତି l ଶାମି ବୃକ୍ଷ ର ପତ୍ର ଓ ଏହାର ଫୁଲ ମହାଦେବ ଙ୍କ ର ଖୁବ ପ୍ରିୟ ଅଟେ l ମାନ୍ୟତା ରହିଛି ଯେ ଯଦି ଶାମି ବୃକ୍ଷ ର ପୁଷ୍ପ ଶିବ ଲିଂଗରେ ଅର୍ପଣ କରାଯାଇ ଥାଏ ତେବେ ସମସ୍ତ ବିପଦ ରୁ ମୁକ୍ତି ମିଳିଥାଏ l
* ମହାଶିବରାତ୍ରି ରେ ଶିବ ଲିଙ୍ଗରେ ନାଲି କେଶର ଅର୍ପଣ କରିବା ଖୁବ ଶୁଭ ଅଟେ l ଏହା ଭକ୍ତି ଓ ଆତ୍ମା ର ଶୁଦ୍ଧତାର ପ୍ରତୀକ ଅଟେ l ମହାଶିବରାତ୍ରି ରେ ଶିବ ଲିଙ୍ଗ ରେ ନାଲି କେଶର ଅର୍ପଣ କରିବା ଦ୍ୱାରା ସନ୍ତାନ ମାନଙ୍କ ନିକଟରେ ସୁଖ ସମୃଦ୍ଧି ର ବାସ ହୋଇଥାଏ l