ବାରଙ୍ଗ : ଗୋଡିସାହି ଫାଣ୍ଡି ଅନ୍ତର୍ଗତ ରତାଗଡ ରେଳ ଓଭରବ୍ରିଜ ରରେଳଧାରଣା ମଝିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଵ୍ରହ୍ମପୁର ଅଞ୍ଚଳର ଦୀପ୍ତିମାନ ମହାପାତ୍ର ବୋଲି ଜଣାପଡ଼ିଛି ।ସେ ଏକ ଘରୋଇ ବିଶ୍ବବିଦ୍ୟାଳୟର ପାସ୍ ଆଉଟ୍ ଛାତ୍ର ବୋଲି ସୂଚନା ମିଳିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟତା ଜଣାପଡ଼ିବ ଜିଆରପିପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।ରେଳଧାରଣାଠାରୁ ଅଳ୍ପଦୁରରେ ଯୁବକଙ୍କ ମୋଟରସାଇକେଲ ଓଡି ୦୭ଏକେ ୨୬୮୬ ରହିଥିବା ବେଳେ ମୃତଦେହ ନିକଟରେ ହେଲମେଣ୍ଟ, ଯୋତା, ଲାଇଟର ପଡ଼ିଛି। ସ୍ଥାନୀୟଲୋକଙ୍କଠାରୁ ଖବରପାଇ ଜିଆରପି ପୋଲିସ ଓ ଗୋଡିସାହି ଫାଣ୍ଡି ପୋଲିସ ଯଟଣାସ୍ଥଳରେ ପହଁଚିଥିବାବେଳେ ଜିଆରପିପୋଲିସ ମୃତଦେହକୁଜବତକରି ବ୍ୟବଛେଦପାଇଁ ପଠାଇଛି ।