ସାଲେପୁର(୨-୪):- ମଧୁସୂଦନ ମଣ୍ଡପ ଠାରେ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ନିର୍ବାହୀ ଅଧିକାରୀ କ୍ଷୀରୋଦ ବାରିକ ଓ ସମାପିକା ମହାନ୍ତିଙ୍କ ତତ୍ୱାବଧାନରେ ଯୁବନେତା ବିରଞ୍ଚି ନାରାୟଣ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଚନ୍ଦ୍ରାଦେଇପୁର, ବାଲିସାହି, ବାରିଗୋଳ ଓ ପିକୋଳ ପଂଚାୟତର ପ୍ରାୟ ୩୦୦ରୁ ଉର୍ଦ୍ଧ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତାରାଶି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୪୬ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀ, ଚନ୍ଦ୍ରାଦେଇପୁର ପଞ୍ଚାୟତ ସମିତିସଭ୍ୟା ପୁଷ୍ପିତା ଭୂୟାଁ, ବାଲିସାହି ପଞ୍ଚାୟତ ସମିତିସଭ୍ୟା ଗୌତମୀ ମଲ୍ଲିକ, ବାଲିସାହି ସରପଞ୍ଚ ପବିତ୍ର ସାମଲ,ବାରିଗୋଳ ସମିତିସଭ୍ୟା ତ୍ରିପୁରା ବେହେରା, ପିକୋଳ ସରପଞ୍ଚଙ୍କ ପ୍ରତିନିଧି ଉତ୍ସବ ବେହେରା, ସାଂସଦଙ୍କ ପ୍ରତିନିଧି ଗୁଲରେଜ ଅଲ୍ଲୀ, ସାଲେପୁର ବ୍ଳକ ସଂଖ୍ୟାଲଘୁ ସେଲର ସଭାପତି ସମିମ ଅକ୍ତର,ଯୁବନେତା ସୌମ୍ୟରଂଜନ ମଲ୍ଲ ଓ ପର୍ଶୁରାମ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ l