ବଡ଼ମ୍ବା ୦୨/୦୩- ବଡ଼ମ୍ବା କଚେରୀ ସ୍ଥିତ କଲେଜ ଖେଳ ପଡ଼ିଆ ଠାରେ ବଡ଼ମ୍ବା ନରସିଂହପୁର ଅଞ୍ଚଳର ୫ଗୋଟି ମେଗା ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ | ଶନିବାର ବଡ଼ମ୍ବା ବ୍ଳକ ପ୍ରଶାସନ ଆନୁକୂଲ୍ୟରେ ଏବଂ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅପରାହ୍ନ ୪.୩୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଭାସୀ ଯୋଗେ ଯୋଗଦେଇ ୧୦୦୦ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି | ନରସିଂହପୁର ଡିମିରିଆ ରାଉତପଡ଼ା ଏବଂ ବୈଦେଶ୍ଵର ଗୋପୀନାଥପୁର ମହାନଦୀ ମଧ୍ୟରେ ଦୁଇଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସମେତ ହଡ଼ୁଆ ମଧ୍ୟମ ଭୁତଳ ଜଳ ସଂଯୋଗ ଏବଂ ହଡ଼ୁଆ ମୂଖ୍ୟବନ୍ଧ ନିର୍ମାଣ ତାସହ କତରାପାଳ ଭୁତଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡ଼ିକର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ଜିଲ୍ଲପାଳ କଟକ ଭିନୀତ ଭରଦ୍ୱାଜ, ଉପଜିଲ୍ଲାପାଳ ଆଠଗଡ଼ ପ୍ରଶାନ୍ତ କୁମାର ତରାଇ, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ବିଡିଓ ରମେଶ କୁମାର ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ବଡ଼ମ୍ବା ନରସିଂହପୁର ଅଞ୍ଚଳର ନିର୍ବାଚିତ ଜନପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ