18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗାଲି ଷ୍ଟେସନ ଠାରେ ରହଣି କରିବ | 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ 28.02.2024 ରୁ ଏବଂ 18006 ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ଠାରୁ 29.02.2024 ରୁ ରେଙ୍ଗାଲି ଷ୍ଟେସନରେ ରହଣି କରିବ | ହାଓଡ଼ାରୁ ଛାଡୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗଲିରେ ସକାଳ 08ଘ.36ମି.ରେ ପହଞ୍ଚି 08ଘ.38ମି.ରେ ଜଗଦଳପୁର ଅଭିମୁଖେ ଯାତ୍ରା କରିବି | ସେହିଭଳି, ଜଗଦଳପୁରରୁ ଏହି ଟ୍ରେନ୍ ରେଙ୍ଗାଲିରେ ସନ୍ଧ୍ୟା 06ଘ.55ମି.ରେ ପହଞ୍ଚି ସନ୍ଧ୍ୟା 06ଘ.57ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ |
18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ 01 ମାର୍ଚ୍ଚ 2024 ଠାରୁ ଏବଂ ଦୁର୍ଗରୁ 2 ମାର୍ଚ୍ଚ 2024 ଠାରୁ ଛାଡୁଥିବା ଟ୍ରେନ ଲୋଇସିଙ୍ଗା ଏବଂ ମୁରିବାହାଲ ଷ୍ଟେସନ ମାନଙ୍କରେ ରହଣି କରିବ | ପୁରୀ ଠାରୁ ଛାଡୁଥିବା 18425 ପୁରୀ- ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗାରେ ଭୋର 03ଘ.58ମି.ରେ ପହଞ୍ଚି ଭୋର 04 ଘଟିକାରେ ଛାଡିବ | ଏହି ଟ୍ରେନ୍ ମଧ୍ୟ ମୁରିବାହାଲରେ ଭୋର 06ଘ.10ମି.ରେ ପହଞ୍ଚି ଭୋର 06ଘ.12ମି.ରେ ଦୁର୍ଗ ଆଡକୁ ଯାତ୍ରା କରିବ | ଫେରିବା ମାର୍ଗରେ ଦୁର୍ଗରୁ ଛାଡୁଥିବା 18426 ଦୁର୍ଗ-ପୁରୀ ଏକ୍ସପ୍ରେସ ସନ୍ଧ୍ୟା 08ଘ.25ମି.ରେ ମୁରିବାହାଲରେ ପହଞ୍ଚି ସନ୍ଧ୍ୟା 08ଘ.27ମି.ରେ ଛାଡିବ | ଏହି ଟ୍ରେନ୍ ମଧ୍ୟ ରାତ୍ରି 10ଘ.25ମି.ରେ ଲୋଇସିଙ୍ଗା ଠାରେ ପହଞ୍ଚି ରାତ୍ରି 10ଘ.27ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ |
ଉପରୋକ୍ତ ଟ୍ରେନ ମାନଙ୍କ ପାଇଁ ଅନ୍ୟ ସ୍ତ୍ରୀକୃତ ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ |