Odisha news

ସଫଳତାର ମନ୍ତ୍ର : ଯଦି ଜୀବନରେ ପାଇବାକୁ ଚାହୁଁଛନ୍ତି ସଫଳତା ତେବେ ଯେ କୌଣସି ନିଷ୍ପତି ନେବା ପୂର୍ବରୁ ଏହି କଥା ଗୁଡିକୁ ନିହାତି ଧ୍ୟାନ ଦିଅନ୍ତୁ

0

ଜୀବନର ଦୌଡ଼ ରେ ସଫଳତାର ମହତ୍ଵକୁ ଅନୁଭବ କରାଇଥାଏ l ଏମିତିରେ ତ ଜୀବନ ଯୁଦ୍ଧରେ ଆମେ ଅନେକ ସମୟରେ କିଛିନା କିଛି ଭୁଲ ନିଷ୍ପତି ନେଇ ଯାଇଥାଉ, ଯାହା ଆମକୁ ଆମ ଲକ୍ଷରୁ ଦୂରେଇ ନେଇଥାଏ l କିନ୍ତୁ ଯଦି ଆମେ ନିଜ ଜୀବନରେ ଠିକ ନିଷ୍ପତି ନେଉ, ତେବେ ଅନେକ ଗୁଡିଏ ଛୋଟ ବଡ଼ କଥାକୁ ଧ୍ୟାନ ରଖିବା ଜରୁରୀ l ନଚେତ ଆମେ ଅସୁବିଧାରେ ପଡିଥାଉ l

ସେଥିପାଇଁ ଏହି ୪ଟି ବିଶେଷ କଥାକୁ ଧ୍ୟାନ ଦେବା ଜରୁରୀ –
* ଜୀବନରେ ଯେତେବେଳେ ବି ଆପଣ ନିଜ କ୍ୟାରିଅର, କିମ୍ବା ଚାକିରୀକୁ ନେଇ ନିଷ୍ପତି ନେଉଛନ୍ତି , ତେବେ ତରବରିଆ ଭାବରେ ନିଅନ୍ତୁ ନାହିଁ l କାହିଁକିନା ଏହିସବୁ କଥାରେ ତରବରିଆ ଭାବରେ ନିଷ୍ପତି ନେଲେ ଆଉ ପଛକୁ ଫେରି ପାରିବେ ନାହିଁ କିମ୍ବା ଭବିଷ୍ୟତ କୁ ସୁଧାରି ପାରିବେ ନାହିଁ l

* କେବେ କୌଣସି ନିଷ୍ପତି ଚାପ ରେ ଆସି ନିଅନ୍ତୁ ନାହିଁ l ଉଚିତ ନିଷ୍ପତି ନେଇ ଜୀବନରେ ଆଗକୁ ବଢିବା ଜରୁରୀ l ଲାଭ କ୍ଷତି ର ହିସାବ କରି ଜୀବନରେ ସମସ୍ତ ନିଷ୍ପତି ନେବା ଜରୁରୀ l

* ଜୀବନରେ ଏଭଳି ଅନେକ ସମୟ ଆସିଥାଏ, ଯେବେକି ଆମକୁ ଏକାକୀ କିଛିଟା କଥାରେ ନିଷ୍ପତି ନେବାକୁ ପଡେ, ଏବଂ ମନରେ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଥାଏ l ଯେପରିକି ନିଜ ଜୀବନ ସାଥି ବାଛିବା , ଏଭଳି ସ୍ଥିତିରେ ଆପଣଙ୍କୁ ବୁଝିସୁଝି ନିଷ୍ପତି ନେବା ଆବଶ୍ୟକ l

* ଯଦି ଆପଣଙ୍କ ଜୀବନରେ ଅନେକ ଗୁଡିଏ ଅସୁବିଧା ଦେଖା ଦେଉଛି ତେବେ ଆପଣ ଡରି ନଯାଇ ଭାବିଚିନ୍ତି ନିଷ୍ପତି ନିଅନ୍ତୁ l ତରବରିଆ ଭାବରେ ନେଉଥିବା ନିଷ୍ପତି ଆପଣଙ୍କୁ ଠିକ ଭୁଲ ଆକଳନ କରିବାକୁ ସମୟ ଦେଇନଥାଏ l

Leave A Reply