ପୁରୁଷ ମାନଙ୍କର ସ୍ପର୍ମ କାଉଣ୍ଟ ବୃଦ୍ଧି କରିବା ସହିତ ଯୌନ ଜୀବନକୁ ସୁଖମୟ କରିଥାଏ ଏହିସବୁ ପ୍ରାକୃତିକ ଖାଦ୍ୟ : ରିସର୍ଚ୍ଚ
ଆଜିକାଲିର ଜୀବନଶୈଳୀ ଓ ଖାଦ୍ୟପେୟ ଯୌନ ଜୀବନକୁ ମଧ୍ୟ ପ୍ରଭାବିତ କରୁଛି l ଯାହାକି ବିଶେଷ ଭାବେ ପୁରୁଷ ମାନଙ୍କ ର ସ୍ପର୍ମ କାଉଣ୍ଟ କୁ ପ୍ରଭାବିତ କରୁଛି l ତେଣୁ ଚିକିତ୍ସକ ଙ୍କ ମତ ଅନୁସାରେ ପୁରୁଷମାନେ ନିଜ ଖାଦ୍ୟରେ ଏଭଳି କିଛିଟା ଜିନିଷ ଶାମିଲ କରିବା ଜରୁରୀ ଯାହା ସେମାନଙ୍କର ସ୍ପର୍ମ କାଉଣ୍ଟ କୁ ବୃଦ୍ଧି କରିଥାଏ l
– ଅଣ୍ଡା – ଅଣ୍ଡା ରେ ଭିଟାମିନ ଇ, ପ୍ରୋଟିନ ଓ ଜିଙ୍କ ଭଳି ପୋଷାକ ତତ୍ୱ ଭରପୁର ରହିଛି l ଯାହାକି ସ୍ପର୍ମ କାଉଣ୍ଟ ଓ ସ୍ପର୍ମ ମୋଟିଲିଟୀ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l
– ରସୁଣ – ରସୁଣ ଭିଟାମିନ ବି 6 ପ୍ରଚୁର ମାତ୍ରାରେ ରହିଥାଏ, ଯାହାକି ସ୍ପର୍ମ କାଉଣ୍ଟ କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ଏହାକୁ ନିୟମିତ ସେବନ କରିବା ଦ୍ୱାରା ପୁରୁଷ ମାନଙ୍କର ଇନଫର୍ଟିଲିଟି ସମସ୍ୟା ଦୂର ହୋଇଥାଏ l
– କଦଳୀ – କଦଳୀରେ ଭିଟାମିନ ବି 1, ଭିଟାମିନ ସି, ମଗ୍ନେଶୀୟମ ଓ ବ୍ରୋମେଲେନ ଭଳି ପୋଷାକ ତତ୍ୱ ଭରପୁର ମାତ୍ର ରେ ରହିଥାଏ l ଯାହାକି ସ୍ପର୍ମ କାଉଣ୍ଟ ସହିତ ସ୍ପର୍ମ ମୋଟାଲିଟି ବଢାଇବାରେ ସାହାଯ୍ୟ କରିଥାଏ l
– ଅଖରୋଟ – ସ୍ପର୍ମ କାଉଣ୍ଟ ବଢାଇବା ସହିତ ଆପଣ ନିଜ ଖାଦ୍ୟରେ ଅଖରୋଟ ଶାମିଲ କରିପାରିବେ l ଏଥିରେ ଭରପୁର ମାତ୍ରାରେ ଓ଼ମେଗl 3 ଫ୍ୟାଟି ଏସିଡ ରହିଥାଏ, ଯାହାକି ସ୍ପର୍ମ କାଉଣ୍ଟ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ l
– ପାଳଙ୍ଗ – ସ୍ପର୍ମ କାଉଣ୍ଟ ବୃଦ୍ଧି କରିବାରେ ପାଳଙ୍ଗ ଖୁବ ଉପଯୋଗୀ l ଏଥିରେ ଭରପୁର ମାତ୍ରା ରେ ଭିଟାମିନ ସି, ଆଇରନ ଓ ଫୋଲିକ ଏସିଡ ରହିଥାଏ , ଯାହାକି ସ୍ପର୍ମ କାଉଣ୍ଟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l
– ଅଶ୍ଵଗନ୍ଧା – ଅଶ୍ଵଗନ୍ଧା ସେବନ କରିବା ଦ୍ୱାରା ଶରୀରରେ ବ୍ଲଡ଼ ଶେର୍କୁଲେସନ ଠିକ ଭାବରେ ହୋଇଥାଏ ଏବଂ ମାନସିକ ଚାପ ଦୂର ହୋଇଥାଏ l ଏହାଛଡା ଅଶ୍ଵଗନ୍ଧା ସ୍ପର୍ମ କାଉଣ୍ଟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l
– ଟମାଟୋ – ଟମାଟୋ ସେବନ କରିବା ଦଵା ସ୍ପର୍ମ କାଉଣ୍ଟ ବୃଦ୍ଧି କରିବାରେ ସାହାଯ୍ୟ ମିଳିଥାଏ l ଏଥିରେ ଲାଇକୋପିନ ଓ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ l ଏବଂ ସ୍ପର୍ମ କାଉଣ୍ଟ ବୃଦ୍ଧି ହୋଇଥାଏ l
– ଡାଳିମ୍ବ – ଡାଳିମ୍ବ ରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ, ଯାହାକି ଫ୍ରୀ ରେଡ଼ିକୁଲସ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ l ନିୟମିତ ଭାବରେ ସତେଜ ଡାଳିମ୍ବ ଜୁସ ସେବନ କରିବା ଦ୍ୱାରା ସ୍ପର୍ମ କାଉଣ୍ଟ ବୃଦ୍ଧି ହେବାରେ ସାହାଯ୍ୟ ମିଳିଥାଏ l