କେନ୍ଦୁଝର : ଓଡିଶା ର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଚଳିତ ଫେବୃଆରୀ ୧୯ ତାରିଖ ସୋମବାର dina କେନ୍ଦୁଝର ଜିଲ୍ଲା ଗସ୍ତ ରେ ଆସି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଯୋଜନାର ହିତାଧିକାରୀ ଙ୍କ ସହ ବାର୍ତାଳାପ କରିଛନ୍ତି। କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ମାନ୍ୟବର ରାଜ୍ୟପାଳ ଜନସାଧାରଣ ଙ୍କ ଅଭାବ ଅସୁବିଧା ଶୁଣିଛନ୍ତି। ସୋମବାର ପୂର୍ବାହ୍ନ ରେ ଭୁବନେଶ୍ୱର ରୁ ମାନ୍ୟବର ରାଜ୍ୟପାଳ ସ୍ୱତନ୍ତ୍ର ବିମାନ ଯୋଗେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ ରେ ଅବତାରଣ କରିଥିଲେ। ସେଠାରୁ ସଡ଼କ ପଥ ଯୋଗେ ସଦର ବ୍ଲକ ଅନ୍ତର୍ଗତ ଟିକରପଡା ଗସ୍ତ କରିବା ବାଟରେ କୃଷି ଉତ୍ପାଦନ ପୁଞ୍ଜି ପରିଦର୍ଶନ କରିବା ସହିତ ମହିଳା ଓ ଚାଷୀମାନଙ୍କ ସହ ବାର୍ତାଳାପ କରି ଅଭାବ ଅସୁବିଧା ପଚାରି ବୁଝିଥିଲେ। ଟିକରପଡା ଗ୍ରାମରେ ମହିଳା ଚାଷୀ କୃଷି ଉତ୍ପାଦନ ପୁଞ୍ଜି ର କର୍ମକର୍ତା ଙ୍କ ସହ ବାର୍ତାଳାପ କରି କହିଥିଲେ ଯେ କୃଷି ହେଉଛି ଆମ ଅର୍ଥନୀତି ଓ ସଂସ୍କୃତି ର ଭିତ୍ତି। କୃଷିକ୍ଷେତ୍ର ର ବିକାଶ ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି। ଏ ସବୁ ର ବ୍ୟାପକ ଉପଯୋଗ ଦରକାର। ସମୟ ର ଆହ୍ୱାନ ହେଉଛି ଜୈବିକ କୃଷି। ଏହା ଉପରେ ଗୁରୁତ୍ୟୁ ଦେବାକୁ ମାନ୍ୟବର ରାଜ୍ୟପାଳ ପରାମର୍ଶ ଦେଇଥିଲେ। ମାନ୍ୟବର ରାଜ୍ୟପାଳ କହିଥିଲେ ଯେ ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତି। ନାରୀ ଶକ୍ତି ର ସଫଳ ପ୍ରୟୋଗ ବିନା ଦେଶ ଆଗକୁ ଯାଇ ପାରିବନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ର ଆଧାର ହେଉଛନ୍ତି ନାରୀଶକ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଯୋଜନା ସଂପର୍କ ରେ ଆଲୋଚନା କରି ଏହା ଦ୍ୱାରା କିପରି ହିତାଧିକାରୀ ମାନେ ଉପକୃତ ହୋଇଛନ୍ତି ପଚାରି ବୁଝିଥିଲେ। ବିଭିନ୍ନ ଯୋଜନା ର ସଫଳ ରୂପାୟନ ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ନେବାକୁ ମାନ୍ୟବର ରାଜ୍ୟପାଳ ନିର୍ଦେଶ ଦେଇଥିଲେ। ଏହାପରେ ମାନ୍ୟବର ରାଜ୍ୟପାଳ ହଳଦିଆ ଟାଙ୍ଗିରି ଗ୍ରାମରେ ଥିବା ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ପିତାମାତା, ଅଙ୍ଗନବାଡି କର୍ମୀ, ଏବଂ ବିଭାଗୀୟ କର୍ମକର୍ତା ଙ୍କ ସହ ବାର୍ତାଳାପ କରିଥିଲେ ଯେ ଶୈଶବ ହେଉଛନ୍ତି ବ୍ୟକ୍ତିତ୍ୱ ବିକାଶ ର ଉତ୍କୃଷ୍ଟ ସମୟ, ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ କୁ ଗୁରୁତ୍ୱ ଦେବ ଦରକାର ଏତତ ବ୍ୟତୀତ ଗର୍ଭବତୀ ମା ମାନଙ୍କୁ ମଧ୍ୟ ଧ୍ୟାନ ଦେବ ଦରକାର କାରଣ ତାଙ୍କ ପ୍ରତି ଧ୍ୟାନ ଦେଲେ ରାଜ୍ୟ ତଥା ଦେଶର ଭବିଷ୍ୟତ ଉଜ୍ଜଳ ହେବ। ସମସ୍ତ କାର୍ଯ୍ୟକ୍ରମ ରେ ସାମାଜିକ ସମ୍ପୃକ୍ତି ଓ ସହାଭାଗିତା ରହିଲେ ଯୋଜନା ର ସଫଳ ରୂପାୟନ ହୋଇପାରିବ ବୋଲି ମାନ୍ୟବର ରାଜ୍ୟପାଳ କହିଥିଲେ। ତତ୍ପର ମାନ୍ୟବର ରାଜ୍ୟପାଳ ହଳଦିଆ ଟାଙ୍ଗୀରୀ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତାଳାପ କରି କହିଥିଲେ ଯେ ଶିକ୍ଷା ମାଧ୍ୟମରେ ଉଭୟ ବ୍ୟକ୍ତି ଓ ସମାଜ ର ମଙ୍ଗଳ ହୋଇଥାଏ। ଏହାପରେ ମାନ୍ୟବର ରାଜ୍ୟପାଳ ଟାଙ୍ଗରା ପଳସା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନିର୍ମିତ କେତେକ ଗୃହ ପରିଦର୍ଶନ କରିବା ସହ ହିତାଧିକାରୀ ମାନଙ୍କ ସହ ବାର୍ତାଳାପ କରିଥିଲେ। ମହିଳା ସ୍ଵୟ ସହାୟକ ଗୋଷ୍ଠୀ, ଟେଲରିଙ୍ଗ ୟୁନିଟ କର୍ମକର୍ତା ଙ୍କ ସହ ବାର୍ତାଳାପ କରିଥିଲେ। ସେମାନଙ୍କ କାର୍ଯ୍ୟକଳାପ ସେମାନେ କିପରି ଲାଭ ନ୍ୟୁତ ହେଉଛନ୍ତି ସେ ସମ୍ପର୍କ ରେ ପଚାରି ବୁଝିବା ସହ ସେମାନଙ୍କ ର ଉନ୍ନତି ର ଅଗ୍ରଗତି ଲାଇ ପ୍ରଶଂସା କରିଥିଲେ। ଦେଶର ପ୍ରାୟ ୧୦ କୋଟି ଓ ଓଡିଶା ର ୭୦ ଲକ୍ଷ ମହିଳା ଙ୍କ ଜୀବନ ଓ ଜୀବିକା ରେ ସକାରାତ୍ମକ ପରିବର୍ତନ ଆସିଛି। ସେଠାରୁ ମାନ୍ୟବର ରାଜ୍ୟପାଳ ବକ୍ସି ବାରିଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଉପଲବ୍ଧ ସେବା ସୁବିଧା ସମ୍ପର୍କ ରେ ପଚାରି ବୁଝିବା ସହ ରୋଗୀ ଓ ଡାକ୍ତର ମାନଙ୍କ ସହ ବାର୍ତାଳପ କରିଥିଲେ। କେନ୍ଦୁଝର ଗଡ଼ ଠାରେ ଶ୍ରୀ ଶ୍ରୀ ବଳଦେବ ଜୀଉ ଙ୍କ ମନ୍ଦିର ଯାଇ ପୂଜାର୍ଚନା କରିଥିଲେ। ଏବଂ ଘଟଗାଁ ଠାରେ ମା ତାରିଣୀ ମନ୍ଦିର ଯାଇ ପୂଜାର୍ଚନା କରିଥିଲେ। ଜିଲ୍ଲାପାଳ ବିଶାଳ ସିଂହ ଏବଂ ଏସ ପି ନିତିନ କୁଶଲକର ଙ୍କ ପ୍ରତେକ୍ଷ ତତ୍ଵାବଧାନରେ ମାନ୍ୟବର ରାଜ୍ୟପାଳ କେନ୍ଦୁଝର ଜିଲ୍ଲାପାଳ ଗସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳା ର ସହ ସାମଗତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଅତିରିକ୍ତ ଆରହୀ ଅଧିକାରୀ ପୂର୍ଣଚନ୍ଦ୍ର ପ୍ରଧାନମନ୍ତ୍ରୀ ଏବଂ ଦିଲ୍ଲୀପ କୁମାର ନାୟକ ଓ କେନ୍ଦୁଝର ଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ଏବଂ ଏସ ଡି ପିଓ ମହେନ୍ଦ୍ର ନାଥ ମୁର୍ମୁ, ଡ଼ିଏସପି, ଡିଆଇବି ଜ୍ୟୋତିର୍ମୟୀ ଭୁକ୍ତ ମାନ୍ୟବର ରାଜ୍ୟପାଳ ଙ୍କ ଗସ୍ତ ପରିଚାଳନା ରେ ସହ ଯୋଗ କରିଥିଲେ।