Odisha news

ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳ ପାଇଁ ଆଶାୟୀଙ୍କ ଅଙ୍କ କଷା ଚାଲିଛି “ଦଳୀୟ ସର୍ଭେ ଭାଗ୍ୟ ନିର୍ଣ୍ଣୟ କରିବ”

0
ବେତନଟୀ : ଆଉ ଦୁଇଟି ମାସ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାର ସୂଚନା ମିଳୁଛି।ପାର୍ଲିଆମେଣ୍ଟ ସହିତ ଓଡିଶା ବିଧାନସଭା ନିର୍ବାଚନ ହେଉଥିବାରୁ, ଓଡ଼ିଶା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ବିଜେପି, ବିଜେଡ଼ି ଓ କଂଗ୍ରେସ ,ଏହି ତିନୋଟି ଦଳ ମଧ୍ୟରେ ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ ଲାଗିଛି।ଡଜନେ ରୁ ଅଧିକ ଆଶାୟୀ ତାଙ୍କର ୧୦/୧୫ ଜଣ ସମର୍ଥକଙ୍କୁ ଧରି ଘନ ଘନ ଭୁବନେଶ୍ୱର ଗସ୍ତ କରି ନିଜ ଅଞ୍ଚଳରେ କିଛି ଉଲ୍ଲେଖନୀୟ କାର୍ଯ୍ୟର ଫଟୋ ଓ ଭିଡିଓ କରି ରାଜ୍ୟସ୍ତରୀୟ ବିଭିନ୍ନ ନେତା ଙ୍କ ବାସ ଭବନରେ, ଦଳୀୟ କାର୍ଯ୍ୟାଳୟ କିମ୍ବା ଏମଏଲଏ କଲୋନୀରେ ଡେରା ପକାଇ ଥିବାର ଚର୍ଚ୍ଚା ହେଉଛି। ପୂର୍ବତନ ବିଜେଡି ବିଧାୟକ ଗଣେଶ୍ୱର ପାତ୍ର କିନ୍ତୁ ନିଜ ବିଧାନ କ୍ଷେତ୍ରରେ ଲୋକଙ୍କୁ ଭେଟି ଦୁଃଖ ସୁଖରେ ଭାଗିଦାର ରହିଥିବାର ଦେଖିବାକୁ ମିଳୁଛି। ଏହି କ୍ଷେତ୍ରରେ ଦଳୀୟ ହାଇକମାଣ୍ତ ମଧ୍ୟ ତାଙ୍କୁ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାକୁ ଭିତ୍ତିକରି କିଛି ଅସନ୍ତୁଷ୍ଟ ଗଣେଶ୍ଵର ପାତ୍ର ଙ୍କ ପ୍ରାର୍ଥୀତ୍ବ କୁ ବିରୋଧ କରି ରାଜ୍ୟ କାର୍ଯ୍ୟାଳୟ ରେ ଦଳୀୟ ସର୍ବେ ସର୍ବା ପାଣ୍ଡିଆନ୍ ଙ୍କୁ ସାକ୍ଷାତ କରି ଅନ୍ୟ କାହାକୁ ଟିକେଟ ଦିଆଗଲେ ବିଜୟ ସୁନିଶ୍ଚିତ ବୋଲି ଧାରଣା ସୃଷ୍ଟି କରିଛନ୍ତି।ମାତ୍ର ଦଳୀୟ ନେତୃବୃନ୍ଦ ଅନ୍ୟ ଆଶାୟୀ ଙ୍କ ଉପରେ ଭରଷା କରି ପାରୁ ନାହାନ୍ତି। କାରଣ ଆଶାୟୀଙ୍କ ମଧ୍ୟରେ ବିକାଶ ସେଠୀ,ଅଭିନ୍ନ ପାତ୍ର,ଯାମିନୀ ନାୟକ, ବୃନ୍ଦାବନ ଦାସ, ଅର୍ଜୁନ ଦଳେଇ, ଅମର ସେଠୀ, ଲଲାଟେନ୍ଦୁ ବେହେରା, କରମଚାନ୍ଦ କାଳିଳୀ, ଦୀପକ ପାତ୍ର, ଗୋପବନ୍ଧୁ ମଲ୍ଲିକ,ଙ୍କ ବ୍ୟତୀତ ମହିଳା ଆଶାୟୀ ଙ୍କ ମଧ୍ୟରେ ସର୍ବାଗ୍ରେ ଥିବା ସଂଯୁକ୍ତା ପାତ୍ର, ଅଞ୍ଜନା ବେହେରା, ସସ୍ମିତା ବେହେରା ଏବଂ ମିଲି ସେଠୀ, ଅନସୂୟା ପାତ୍ର ଚର୍ଚ୍ଚାରେ ରହିଥିବା ବେଳେ ହାଇକମାଣ୍ଡ କାହାକୁ ଟିକେଟ ଦେବେ ସନ୍ଦିହାନ ହୋଇ ପଡିଛନ୍ତି। ବଡସାହି ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖର ସାଥୀ ଭାବେ କାହାକୁ ବାଛିବେ ଏବଂ ଦଳୀୟ ସର୍ଭେ କାହା ମୁଣ୍ଡରେ ସୁନାକଳସ ଢାଳିବ ସମୟ ହିଁ କହିବ ।
Leave A Reply