Odisha news

ବଜାରରେ ମିଳୁଥିବା ଏନର୍ଜୀ ଡ୍ରୀଙ୍କ ଆପଣଙ୍କ ପାଇଁ କେତେ ପ୍ରାଣ ଘାତକ ଆପଣ ଜାଣିଛନ୍ତି କି 

0
ଆଜିର ଆଧୁନିକ ସମାଜ ରେ ବିଭିନ୍ନ ପ୍ରକାରର ଏନର୍ଜି ଡ୍ରିଂକ୍ସ ର ଚାହିଦା ଅଧିକ ଦେଖିବାକୁ ମିଳୁଛି l ଯାହା ପ୍ରତି ଯୁବ ସମାଜ ମାନେ ଅଧିକ ଆକର୍ଷିତ ହେଉଛନ୍ତି l ସେହି ଡ୍ରିଂକ୍ସ ଗୁଡିକୁ ନିଜର ଶକ୍ତି ବର୍ଧକ ପାଇଁ ବ୍ୟବହାର ଅଧିକ ମାତ୍ରାରେ କରୁଛନ୍ତି l କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବଜାରରେ ମିଳୁଥିବା ଏନର୍ଜି ଡ୍ରିଂକ୍ସ ଗୁଡିକ ଶରୀର ଉପରେ ଖୁବ ଭୟଙ୍କର ପ୍ରଭାବ ପକାଇଥାଏ l
* ଯେତେବେଳେ ଆମେ ଏନର୍ଜି ଡ୍ରିଙ୍କ ପିଇ ଥାଉ , ସେତେବେଳେ ଆମର ହୃଦସ୍ପନ୍ଦନ ବା ହାର୍ଟ ର ଗତି ଦ୍ରୁତ ହୋଇ ଯାଇଥାଏ l ଯାହାକି ହାର୍ଟ ର ଗତିରେ ଅନିୟମିତତା ସୃଷ୍ଟି କରିଥାଏ l ଯାହାକୁ ଅରିଥମିଆ କୁହାଯାଇ ଥାଏ l ଯାହାକି ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ l
* ଯଦି ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏନର୍ଜି ଡ୍ରିଙ୍କ ପିଇବା ତେବେ ହାର୍ଟ ସମ୍ବନ୍ଧୀୟ ରୋଗରେ ପୀଡିତ ହେବା l ବିଶେଷ ଭାବେ ଯେଉଁ ଲୋକ ମାନଙ୍କ ନିକଟରେ ଉଚ୍ଚ ରକ୍ତଚାପ ସମ୍ବନ୍ଧୀୟ ସମସ୍ୟା ରହିଥାଏ ତାହା ଅଧିକ ମାତ୍ରାରେ ବଢି ଯାଇଥାଏ l
* ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଏନର୍ଜି ଡ୍ରିଙ୍କ ରେ ବ୍ୟବହୃତ ହୋଇଥିବା ସ୍ବୀଟନର ଆମ ଶରୀର ର ଇମ୍ୟୁନିଟି ହ୍ରାସ କରିବା ସହିତ କ୍ୟାନ୍ସର ରେ ପୀଡିତ କରିବାର ସମ୍ଭାବନା କୁ ବୃଦ୍ଧି କରିଥାଏ l
* ଏନର୍ଜି ଡ୍ରିଙ୍କ ଅଧିକ ସେବନ କରିବା ଦ୍ୱାରା ଆମ ହାର୍ଟ ଧମନୀ ଗୁଡିକ ଦୁର୍ବଳ ହୋଇଯାଏ ଓ ହାର୍ଟ କୁ ରକ୍ତ ପହଂଚିବା ରେ ଅସୁବିଧା ହୋଇଥାଏ l
* ଏନର୍ଜି ଡ୍ରିଙ୍କ କୁ କୁତ୍ରିମ ଉପାୟ ରେ ପ୍ରସ୍ତୁତ କରାଯାଇ ଥାଏ ଏବଂ ଏଥିରେ ବ୍ୟବହୃତ ହୋଇଥିବା ରାସାୟନିକ ପଦାର୍ଥ ଅମ ଶରୀର କୁ ପ୍ରଭାବିତ କରିଥାଏ , ଯାହାକି ଆମ ମସ୍ତିଷ୍କ ଓ ହାର୍ଟ କୁ ପ୍ରଭାବିତ କରିଥାଏ l
Leave A Reply