Odisha news

ବାପା ର ବଳାତ୍କାର ପରେ ନାବାଳିକା ଝିଅ ର ଆତ୍ମହତ୍ୟା, ଝିଅ ର ମା ଆଣିଲା ସଙ୍ଗିନୀ ଅଭିଯୋଗ 

0
କୋଣାର୍କ  ଥାନା ଅର୍ନ୍ତଗତ ମାଟିଆପଡା ଗାଁରେ ଏକ ଲଜ୍ଜା ଜନକ ଘଟଣା ପଦାକୁ ଆସିଛି। ବାପା ନିଜର ଝିଅ କୁ ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନପାରି ଆତ୍ମହତ୍ୟା କରିଥିବା ଝିଅ ର ମା ଏପରି ଅଭିଯୋଗ ଆଣିଛନ୍ତି। କିଛି ଦିନ ହେବ ବାପା ମଳୟ ରଞ୍ଜନ ମହାନ୍ତି ତାଙ୍କ ବଡ ଝିଅଉପରେ ଖରାପ ନଜର ଥିଲା। ନାବାଳିକା ଝିଅ ଏପରି ଏକ ଲଜ୍ଜା ଜନକ ଘଟଣା ସଂପର୍କ ରେ ମା କୁ ଅଭିଯୋଗ କରିଥିଲେ ମଧ୍ୟ ସମାଜ ରେ ନିଜର ଏପରି ଘଟଣା କୁ ଲୁଚାଇ ରଖିବା ସହିତ ତାଙ୍କ ସ୍ବାମୀ ମଳୟ ଙ୍କୁ ତାଗିଦ୍ କରିଥିଲେ ମା। ଆଜି ପର ଘରକୁ ମା କାମକରିବାକୁ ଜାଇଥିବା ସମୟରେ ବାପା  ମଳୟ  ସକାଳୁ ନାବାଳିକା ଝିଅ କୁ ଜୋର ଜବରଦସ୍ତ ବଳାତ୍କାର କରିଥିଲେ । ନାବାଳିକା ଲଜ୍ଜା ସହି ନପାରି ଆତ୍ମହତ୍ୟା ନିଜ ଶୋଇବା ଘରେ କରିଥିଲେ । ପରିବାର ସଦସ୍ୟ ଏପରି ଆତ୍ମହତ୍ୟା ଘଟଣା ଜାଣିବା ପରେ ସଙ୍ଗେ ସଙ୍ଗେ ଗୋପ ଡାକ୍ତରଖାନା କୁ ଆଣିଥିଲେ। ମାତ୍ର ଡାକ୍ତର ନାବାଳିକା କୁ ମୃତ୍ୟୁ ଘୋଷଣା କରିଥିଲେ  ଏ ସଂପର୍କରେ ପରିବାର ପକ୍ଷରୁ କୋଣାର୍କ ଥାନାକୁ ଅବଗତ କରାଜିବାପରେ ଘଟଣା ସ୍ଥଳରେ କୋଣାର୍କ ପୋଲିସି ପହଞ୍ଚି କେସେ ନମ୍ଵର୍ ୪/୨୪ ରେ ଅପମୃତୁ ମାମଲା ରୁଜୁକରି ପୁରୀ ଜିଲ୍ଲା ସ୍ୱାସ୍ଥକେନ୍ଦ୍ରକୁ ବ୍ୟବଛେଦ ନିମନ୍ତେ ପଠାଜିବାପରେ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି
Leave A Reply