Odisha news

ଏପଟେ କଂଗ୍ରେସ କରୁଛି ବିଜେପି-ବିଜେଡି ବାହାଘର : ସେପଟେ ଶଂଖ ଧରିଲେ କଂଗ୍ରେସର ତୁଙ୍ଗ ନେତା!

0
ସୋର, ୧୭/୨- ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦିନକୁ ଦିନ ରାଜନୈତିକ ମାହଲ ସରଗରମ ହୋଇ ଉଠୁଥିବା ବେଳେ ସୋରରେ ଆଜି ଏକ ରୋଚକ ଖବର ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଧରିଛି । ଗୋଟିଏ ପଟେ କଂଗ୍ରେସ ଆୟୋଜନରେ ବିଜେପି-ବିଜେଡିର ଭିତିରିଆ ପ୍ରେମ ସଂପର୍କକୁ ନେଇ ବିଜେପି-ବିଜେଡି ବାହାଘର ଧୁମ୍‌ଧାମରେ ଚାଲିଛି । ବେଣ୍ଟବାଜା, ବରଯାତ୍ରୀ ଧରି ବରକନ୍ୟା ଗାଡ଼ି ଶୋଭାଯାତ୍ରା ସହର ପରିକ୍ରମା କରୁଥିବା ବେଳେ ସୋରର ଜଣେ ଆଗଧାଡ଼ିର ନେତା ପୂର୍ବତନ ସରପଞ୍ଚ ତଥା ତାଙ୍କ ସରପଞ୍ଚ ପତ୍ନୀ କଂଗ୍ରେସକୁ ବାଏ ବାଏ କରି ଶଂଖ ଧରିଛନ୍ତି । ଆଜି କଂଗ୍ରେସ ଭବନରେ ବିଜେପି- ବିଜେଡି ମଧ୍ୟରେ ବାହାଘର କରାଇ ଏକ ଶୋଭାଯାତ୍ରାରେ ବର ଓ ବରଯାତ୍ରୀ ଦଳ ବେଣ୍ଟବାଜା ନାଚଗୀତ କରି କମ୍ପଉଥିବା ବେଳେ ସୋର ମାଟିଆପଲ୍ଲା ଛକ ନିବାସୀ ତଳନଗର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା କଂଗ୍ରେସର ଟାଣୁଆ ନେତା ରାଜେନ୍ଦ୍ର କୁମାର ଦାଶ ଏବଂ ତାଙ୍କ ସହ ଧର୍ମିଣୀ ବର୍ତ୍ତମାନର ସରପଞ୍ଚ ଗୀତାରାଣୀ ଦାଶ ଆଜି ବିଧାୟକ ପର୍ଶୁରାମ ଧଡ଼ାଙ୍କ ନେତୃତ୍ୱରେ କଂଗ୍ରେସ ଛାଡ଼ି ଶଂଖ ଚିହ୍ନ ଉତ୍ତରୀୟ ପିନ୍ଧି ବିଜେଡ଼ିରେ ସାମିଲ ହୋଇଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ଏ ସପର୍କରେ ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି ସତ କିନ୍ତୁ ବିଜେଡ଼ିରେ ସାମିଲ ହୋଇନାହିଁ । ଆଜି ପଞ୍ଚାୟତରେ ସରାକରୀ କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଇ ଥିବା ବେଳେ ଶଂଖଚିହ୍ନଥିବା ଉତ୍ତରୀ ପକାଇଦେଇଥିଲେ । ଏହାକୁ ଦେଖି କିଛି ଲୋକ ବିଜେଡିରେ ମିଶିଥିବା ଭାବୁଛନ୍ତି । ମାତ୍ର କେଉଁ ଦଳରେ ସାମିଲ ହେବା ନବାକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।
Leave A Reply