ନୂଆପଡ଼ା – ୧୫/୦୨- ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନିଖିଳ ଓଡ଼ିଶା ମେହେର (ଭୁଲିଆ) ସମାଜ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ସିନାପାଲି ପ୍ରେସ କ୍ଲବ ଠାରେ ଆୟୋଜିତ ହୋଇଯାଇଛି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ତିୟାନଙ୍କୁ କୄତଜ୍ଞତା ଜଣାଇଛନ୍ତି ନିଖିଳ ଓଡିଶା ମେହେର ସମାଜ । ନିକଟରେ କବି ଗଙ୍ଗାଧର ଭବନ ନିର୍ମାଣ ନିମନ୍ତେ ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଠାରେ ପଚାଶ ଡିସିମିଲ୍ ଜାଗା ଯୋଗାଇ ଦେବା ସହ ତିନି କୋଟି ଅର୍ଥ ରାଣି ମଞ୍ଜୁର କରିଥିଲେ ରାଜ୍ୟ ସରକାର , ତେବେ ଗତ କେବିନେଟରେ ଉକ୍ତ ନିର୍ମାଣ ନିମନ୍ତେ ଆବଣ୍ଟିତ ଭୂମିର ଅଧିମୂଲ୍ଯ ପାଞ୍ଚ କୋଟି ଛଅ ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ଛାଡ଼ କରାଯାଇଥିବା ନେଇ ମେହେର ସମାଜ ଖୁସି ବ୍ଯକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କ୍ରୁତଜ୍ଞାତା ଓ ଧନ୍ୟବାଦ୍ ପ୍ରଦାନ କରିଛନ୍ତି ଏ ଉପଲକ୍ଷେ ଆଜି ସିନାପାଲି ପ୍ରେସ୍ କ୍ଲବ ଠାରେ ନିଖିଳ ଓଡ଼ିଶା ମେହେର ସମାଜର ସଭାପତି ବୈଶମ୍ପାୟନ ମେହେରଙ୍କ ଆହ୍ୱାନ କ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମୁଖ୍ଯମନ୍ତୀ ଶ୍ରୀ ପଟ୍ଟନାୟକ ଓ ଏନେଇ ସହଯୋଗ କରିଥିବା ପାଣ୍ତିୟାନ ଜୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିସହ ଆଗାମୀ ଦିନରେ ସମାଜ ପ୍ରତି ସରକାରଙ୍କ ଏଭଳି ସହଯୋଗ ମନୋଭାବ ରଖିବାକୁ ଅନୁରୋଧ କରିଥିଲେ । ଆଜିକାର ଏହି ପ୍ରେସ କ୍ଲବ୍ ରେ ଆୟୋଜିତ ସାମ୍ବାଦିକ ସମ୍ମାଳନୀରେ ଅନ୍ଯମାନଙ୍କ ମଧ୍ଯରେ ନୂଆପଡ଼ା ଜିଲ୍ଲା ସଂପାଦକ ସୁରେଶ୍ୱର ମେହେର, ନିଖିଳ ଓଡ଼ିଶା ମେହେର ସମାଜର ଜୋନାଲ ସଂପାଦକ ନବୀନ ଚନ୍ଦ୍ର ମେହେର, ନୂଆପଡ଼ା ଜିଲ୍ଲା ମେହେର ଯୁବ ସମାଜର ଉପଦେଷ୍ଟା ବୈଷ୍ଣବ ମେହେର, ସିନାପାଲି ଗ୍ରାମ୍ଯ ସମାଜର ସଭାପତି ଟେଣୋ ମେହେର, ସଂପାଦକ ନିଲାଞ୍ଚଳ ମେହେର, ପୂର୍ବ ସଂପାଦକ ମୋତିଲାଲ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
