ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନୀ ପିଏନ୍ବି ମେଟ୍ଲାଇଫ୍ ପକ୍ଷରୁ ଭାରତବ୍ୟାପୀ ୧୦ଟି ନୂଆ ଶାଖା ଲଂଚ୍ କରାଯାଇଛି । ଏହି ରଣନୈତିକ ସମ୍ପ୍ରସାରଣ ଏହାର ବର୍ଦ୍ଧିତ ଗ୍ରାହକ ଆଧାର ପାଇଁ ଗ୍ରାହକ ସେବାକୁ ଉନ୍ନତ କରିବା ଲାଗି କମ୍ପାନୀର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ।୧୪୯ଟି ଶାଖାର ଏକ ନେଟ୍ୱର୍କ ସହିତ ପିଏନ୍ବି ମେଟ୍ଲାଇଫ୍ ଦେଶବ୍ୟାପୀ ଗ୍ରାହକଙ୍କୁ ଗ୍ରାହକ-କୈନ୍ଦ୍ରିକ ଉତ୍ପାଦ ଓ ସମାଧାନ ପ୍ରଦାନ କରିବା ପାଇଁ ସକ୍ଷମ ଅଟେ । ଏହାର ବ୍ରାଂଚ୍ଗୁଡିକରେ ସେବାଗୁଡିକର ସମ୍ପୂର୍ଣ୍ଣ ଶୃଙ୍ଖଳା ପାଇଁ ସୁବିଧାଜନକ ଓ ବାଧାହୀନ ପହଂଚ ସମସ୍ତ ଗ୍ରାହକଙ୍କ ପାଇଁ ଏକ ଉନ୍ନତ ଓ ବ୍ୟକ୍ତିଗତ ଅଭିଜ୍ଞତା ସୁନିଶ୍ଚିତ କରୁଛି । ୧୦ଟି ନୂଆ ଶାଖାକୁ ପିଏନ୍ବି ମେଟ୍ଲାଇଫ୍ ପାଇଁ ଭାରତବ୍ୟାପୀ ପ୍ରମୁଖ ବଜାରଗୁଡିକରେ ଯେପରିକି ନୂଆଦିଲ୍ଲୀ, ଉଜ୍ଜୈନ, ଅଯୋଦ୍ଧା, ବେତୁଲ, ଭଦ୍ରକ, ଅଙ୍ଗୋଲେ, କୋଟା, ପେରିନ୍ଥାଲ୍ମାନ୍ନା, କାନପୁର ଓ ଭୁବନେଶ୍ୱରରେ ଖୋଲାଯାଇଛି ।
ଶାଖାଗୁଡିକର ଶୁଭାରମ୍ଭ ସମ୍ପର୍କରେ ପିଏନ୍ବି ମେଟ୍ଲାଇଫ୍ର ମୁଖ୍ୟ ବିତରଣ ଅଧିକାରୀ ସମୀର ବଂଶଲ କହିଛନ୍ତି, ‘ ଭାରତର ପ୍ରମୁଖ ସହରରେ ୧୦ଟି ନୂଆ ଶାଖା ଖୋଲିବା ପିଏନ୍ବି ମେଟ୍ଲାଇଫ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ ଏବଂ ଏହା ଦେଶବ୍ୟାପୀ ଯେକୌଣସି ସ୍ଥାନରେ ଆମର ଗ୍ରାହକଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ଏକ ନିରବଚ୍ଛିନ୍ନ ନିବେଶକୁ ଚିହ୍ନିତ କରୁଛି । ଏହି ସମ୍ପ୍ରସାରଣ , ଆମର ସହଯୋଗୀ ଶାଖାଗୁଡିକର ବିସ୍ତୃତ ନେଟ୍ୱର୍କ ଦ୍ୱାରା ପରିପୂର୍ଣ୍ର ହୋଇଛି ଯାହା ଭାରତରେ ଆମର ମୋଟ ଆକ୍ସେସ ପଏଂଟ୍କୁ ୧୮୦୦୦ରୁ ଅଧିକକୁ ବୃଦ୍ଧି କରିଛି ।’