ଭଞ୍ଜନଗର,୦୯/୦୨(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଭଞ୍ଜନଗର ଥାନା ରେ ନୂତନ ଥାନାଧିକାରୀ ଭାବେ କୁମାର ମୁଦୁଲି ଯୋଗ ଦେଇଛନ୍ତି।ପୂର୍ବରୁ ଶ୍ରୀ ମୁଦୁଲି କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଥାନାରେ କାର୍ଯ୍ୟରତ ଥିଲେ। ଭଞ୍ଜନଗର ସହରରେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ଓ ଭଞ୍ଜନଗର ସହର କିପରି ଶାନ୍ତି ଶୃଙ୍ଖଳା ବଜାଇ ରହିବ ତା ଉପରେ ମଧ୍ୟ ଦୃଷ୍ଟି ଦେବାକୁ କହିଛନ୍ତି ନୂତନ ଭାବେ ଭଞ୍ଜନଗର ଥାନା ରେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀ ମୁଦୁଲି । ପୂର୍ବରୁ ଭଞ୍ଜନଗର ଥାନାରେ ଥାନାଧିକାରୀ ଭଗବାନ ପୂଜାରୀ ଙ୍କୁ କନ୍ଧମାଳ ଜିଲ୍ଲା କୁ ବଦଳି ହେଇଛି।