Odisha news

ଏହି ୩ଟି ଜିନିଷ ଦୀର୍ଘାୟୁ ହେବାରେ କରିପାରେ ସାହାଯ୍ୟ , ଆମେରିକା ହାର୍ଟ ବିଶେଷଜ୍ଞ ଙ୍କ ମତ

0

ଆମେ କେତେଦିନ ପର୍ଯ୍ୟନ୍ତ ଜୀବିତ ରହିବା ଓ କିଭଳି ଜୀବିତ ରହିବା ଏହା ଆମ ଜୀବନଶୈଳୀ ଉପରେ ନିର୍ଭର କରିଥାଏ l ସେଥିମଧ୍ୟରୁ କିଛିଟା ଜିନିଷ ଉପରେ ଆମର ନିୟନ୍ତ୍ରଣ ରହିଥାଏ ଆଉକିଛି ନିୟନ୍ତ୍ରଣ ବାହାରେ ରହିଥାଏ l କିନ୍ତୁ କିଛିଟା ଏଭଳି କାର୍ଯ୍ୟ ରହିଛି ଯାହା ଆମ ଜୀବନ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ, ଯେପରିକି ଆମର ରେଗୁଲାର ଡାଏଟ , ବ୍ୟାୟାମ ଇତ୍ୟାଦି l ନିକଟରେ ଆମେରିକାରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ହାର୍ଟ ଅଟାକ କାରଣରୁ ଦୁନିଆରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି l ତେଣୁ ଏହି ଅଧ୍ୟୟନ ରେ ଏଭଳି ୩ଟି ଜିନିଷ ବିଷୟରେ କୁହାଯାଇଥିଲା ଯାହାକି ଦୀର୍ଘାୟୁ କରିବା ସହ ହାର୍ଟ କୁ ମଧ୍ୟ ସୁସ୍ଥ ରଖିବାର କାରଣ ଅଟେ l

* ମୋଟାପା ଓ ଓଜନ ବୃଦ୍ଧି ହାର୍ଟ ରୋଗ ଓ ମୃତ୍ୟୁର କାରଣ ଅଟେ l ଏହି ଅଧ୍ୟୟନ ରେ କୁହାଯାଇ ଥିଲା ଯେ ମୋଟାପା ଟାଇପ 2 ମଧୁମେହ, କରୋନାରୀ ହାର୍ଟ ଡିଜିଜ, ଏହଂ କିଛିଟା କ୍ୟାନ୍ସର କାରଣ ଅଟେ l
– ସେଥିପାଇଁ ମେଡ଼ିଟେରେନିୟନ ଡାଏଟ କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ଭୋଜନ ରେ ଶାମିଲ କରିବା ପାଇଁ ନିର୍ଦେଶ ଦିଆଯାଇ ଥିଲା l ଯେପରିକି ବିଭିନ୍ନ ପ୍ରକାର ପନିପରିବା, ଫଳମୂଳ, ବିଭିନ୍ନ ପ୍ରକାର ଶସ୍ୟ ଜାତୀୟ ଜିନିଷ ଓ ଅଲିଭ ଅଏଲ ଶାମିଲ ରହିଛି l

– ଗୋଟିଏ ଅଧ୍ୟୟନ ରୁ ଜଣାପଡିଛି ଯେ ଏହିସବୁ ଖାଦ୍ୟକୁ ନିଜ ଭୋଜନ ରେ ଶାମିଲ କରିବା ଦ୍ୱାରା ମଧୁମେହ, ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ସମସ୍ୟା ଆଦୌ ରହିନଥାଏ l ଏବଂ ଆମେ ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିବାରେ ସକ୍ଷମ ହୋଇଥାଉ l

– ବିଶେଷଜ୍ଞ ଙ୍କ ମତରେ ପ୍ରୋସେସଡ଼ ଫୁଡ ଉଭୟ ଭେଜ ଓ ନନଭେଜ ଖାଦ୍ୟ ଆଜିକାଲି ସମସ୍ତ ରୋଗର କାରଣ ଅଟେ l ତେଣୁ କଦାପି ପ୍ୟାକେଜ ଫୁଡ ଖାଇବା ଉଚିତ ନୁହେଁ l

– ତେଣୁ ପ୍ରତିଦିନ ଯୋଗ ବ୍ୟାୟାମ ନିହାତି ନିଜର ଜୀବନଚର୍ଯ୍ୟା ରେ ଶାମିଲ କରିବା ଜରୁରୀ l ଯାହାକି ହାର୍ଟକୁ ସୁରକ୍ଷା ଦେବାରେ ଗୋଟିଏ ବଡ଼ ଭୂମିକା ଗ୍ରହଣ କରିଥାଏ l

Leave A Reply