Odisha news

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ* *ଉଦଘାଟନୀ ଅବସରରେ   ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗାନ* *କରାଗଲା ରାଜ୍ୟ ସଙ୍ଗୀତ*  “*ବନ୍ଦେ* *ଉତ୍କଳ* *ଜନନୀ “* 

0
ଛତ୍ରପୁର,  ୩।୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪  ଉଦ୍‌ଘାଟିତ  ହୋଇଛି। ଶନିବାରଠୁ ଜନତା ମଇଦାନରେ ଭାଷାର ଏହି ମହାକୁମ୍ଭ ଆରମ୍ଭ ହୋଇଛି ।  ଏହି ସମ୍ମିଳନୀକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ  କରିଛନ୍ତି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ପୂର୍ବାହ୍ନ ୧୧ ଘଣ୍ଟିକାରେ  ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ – ୨୦୨୪ ପାଳନ ଅବସର ରେ ଗଞ୍ଜାମ  ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଯୋଗଦେଇ “ବନ୍ଦେ ଉତ୍କଳ ଜନନୀ  ସଂଗୀତ ଗାନ” କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ପ୍ରିୟ ରଂଜନ ପୃଷ୍ଟି ଓ ଦେବବ୍ରତ ସାହୁ,ଡେପୁଟି କଲେକ୍ଟର ଦୟାସିନ୍ଧୁ ପରିଡା, ରାଜେଶ କୁମାର ଏକା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧା କୃଷ୍ଣ ରାମଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବହୁ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ  ରହି ସମସ୍ତେ ଏକାଠି ହୋଇ ସଂଗୀତ ଗାନ କରିଥିଲେ lଆଜି ପ୍ରତି ଓଡ଼ିଆ ଙ୍କ ମନରେ ଉତ୍ସାହ ଓ ଆନନ୍ଦ ସହ ଭାଷା ପ୍ରତି ପୁନଃ ଏକ ସଚେତନତା ଆସିଯାଇଛି l ଏହି ଓଡ଼ିଆ ଭାଷା ସମ୍ମିଳନୀ ବିଶ୍ଵର ସମସ୍ତ ଓଡ଼ିଆ ଙ୍କୁ ଉତ୍ତମ ପ୍ରଭାବ ପକାଇବା ସହ ଯୁବ ପୀଢ଼ି ଙ୍କୁ ଓଡ଼ିଆ ଭାଷା ସହିତ ଯୋଡ଼ିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର l
Leave A Reply