ରାଜନଗର ୩/୨: ରାଜନଗର ବ୍ଲକ ଡାଙ୍ଗମାଳ ସ୍ଥିତ ନାଗା ନାରାୟଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ ଆନୁକୁଲ୍ୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ମାନସ ରଂଜନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ସାମାଜିକ ବିକାଶ ଏହି କାର୍ଯକ୍ରମ ଦ୍ଵାରା ହୋଇ ପାରିବ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ପଞ୍ଚାଯତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡ଼ିଆ, ୩୨ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଖୁକୁମିନା କୁଅଁର, ଡେରା ସରପଞ୍ଚ ନିରଞ୍ଜନ ରାଉତ, ପରିଚାଳନା କମିଟି ସଭାପତି କାର୍ତ୍ତିକ ଚନ୍ଦ୍ର ବେହେରା, ଅଧ୍ୟାପକ ପ୍ରତାପ କୁମାର ଧଳ ପ୍ରମୁଖ ଯୋଗ ଦେଇ ଥିଲେ । ଶିକ୍ଷକ ଅମର ପ୍ରସାଦ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ଓମ ପ୍ରକାଶ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅନ୍ନପୁର୍ଣା ଚୁଳି ଧନ୍ୟବାଦ ଦେଇଥିଲେ । ବିଭିନ୍ନ ବିଭାଗରେ ଚମ୍ପିୟାନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାହୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯକ୍ରମ କୁ ଶିକ୍ଷକ ବବୁଲ ବେହେରା, ଲଛମନ ମାରାଣ୍ଡି, ଆଲୋକ ଭୋଇ, ଅନୁରାଧା ସେଠୀ, ଆଦିତ୍ୟ ମହାପାତ୍ର, କସ୍ତୁରୀ ସେଠୀ, ଦୀପକ ନାୟକ, ଦାଶରଥି ମୁର୍ମୁ, ସବ୍ୟସାଚୀ ଦାସ, ଦିଲ୍ଲିପ ଦାସ , ନିର୍ମଳ ମାହୁଁନ୍ତ, ଅଭିମନ୍ୟୁ ଶବର, ବ୍ରହ୍ମାନନ୍ଦ ବେହେରା, ସଂଗୀତା ରାଉଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯକ୍ରମ ରେ ଛାତ୍ର ଅଭିଭାବକ, ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବି ମାନେ ଯୋଗ ଦେଇ ଥିଲେ।