Odisha news

କୃଷ୍ଣନଗର ଶୈଳେନ୍ଦ୍ରନଗର ରାସ୍ତା ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାସ

0
ରାଜନଗର ୩/୨: ରାଜନଗର ବ୍ଲକର ଅନ୍ୟତମ ମୁଖ୍ୟ ରାସ୍ତା କୃଷ୍ନନଗର -ଶୈଳେନ୍ଦ୍ରନଗର ରାସ୍ତା ପ୍ରଶସ୍ତିକରଣ ପାଇଁ ଆଜି ଶିଳାନ୍ୟାସ କରାଯାଇଛି | ୫କୋଟି ୩୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତାର ଶିଳାନ୍ୟାସ କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ | ଏହି କାର୍ଯ୍ୟକ୍ରମ ରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଇଂ ବିଶ୍ୱ ରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ | ସେହିପରି ଜଳସମ୍ପଦ ବିଭାଗ ପକ୍ଷରୁ ରିଘାଗଡ଼ -ଡାଙ୍ଗମାଳ ଲୁଣା ଘେରି ବନ୍ଧର ବାଲିଜୋର ନିକଟରେ ଜଳ ନିଷ୍କାସନ ସ୍ଲଇସ ନିର୍ମାଣ ପାଇଁ ବିଧାୟକ ଶିଳାନ୍ୟାସ କରିଥିଲେ | ଏହି କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଜୟଚନ୍ଦ୍ର ଜେନା ଉପସ୍ଥିତ ଥିଲେ |ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ଜିଲ୍ଲା ପରିଷଦ ସଭ୍ୟା ଖୁକୁମିନା କୁଅଁର, ପଂଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡ଼ିଆ, ବରିଷ୍ଠ ନେତା ଲଷ୍ମୀଧର ବାରିକ, ରଙ୍ଗଣୀ ପଂଚାୟତ ସଭାପତି ବଳରାମ ମଣ୍ଡଳ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ନାୟକ,  ଡାଙ୍ଗମାଳ ସରପଞ୍ଚ ଦୌପଦି ସେଠୀ, ସମିତି ସଭ୍ୟ ଶ୍ରୀଚରଣ ଦାସ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ବେହେରା, ନାଏବ ସରପଞ୍ଚ କାର୍ତିକ ଚନ୍ଦ୍ର ବେହେରା, ଯୁବନେତା ପ୍ରଭାତ କୁମାର ବେହେରା, ସୋସିଆଲ ମିଡ଼ିଆ ସଂଯୋଜକ ରବୀନ୍ଦ୍ର ସିଂ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ|ବିଧାୟକ ଙ୍କୁ ଶତାଧିକ ମୋଟର ସାଇକେଲ ଶୋଭାଯାତ୍ରାରେ କର୍ମୀମାନେ ପାଛୋଟି ଆଣିଥିଲେ |
Leave A Reply