ରାଜନଗର ୨/୨ : ଓଡ଼ିଶାର ସାଢେ଼ ଚାରି କୋଟି ଓଡିଆ ଏବଂ ଓଡିଶା ବାସୀଙ୍କ ହୃଦୟର ସ୍ପନ୍ଦନ ତଥା ଜନ ମାନସର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ରାଜନଗର ନିର୍ବାଚନ ମଣ୍ଡଳୀର ବିକାଶର ସାରଥି ବିଧାୟକ ଧ୍ରୁବ ସାହୁଙ୍କ ବିକାଶମୂଳକ କାର୍ଯ୍ୟ ଦେଖି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ୧୦ କଂଗ୍ରେସ ପରିବାର | ପୂର୍ବରୁ ବିଧାୟକଙ୍କୁ ଦେଖିବା ପାଇଁ ଭୁବନେଶ୍ୱର ଯିବାକୁ ପଡୁଥିଲା ନଚେତ ବର୍ଷେ ଛଅ ମାସରେ ଥରେ ଦେଖିବାକୁ ମିଳିବା ସ୍ବପ୍ନ ଥିଲା | ମାତ୍ର ଦିନ ରାତି ଏକ କରି ଜାଗ୍ରତ ପ୍ରହରୀ ପରି ଆମ ପାଖରେ ସବୁ ବେଳେ ଠିଆ ହୁଅନ୍ତି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଧୃବ ସାହୁ ଙ୍କ କାର୍ଯ୍ୟ ଧାରାରେ ଅନୁ ପ୍ରାଣିତ ହେବା ସହ ଅଞ୍ଚଳ ରେ ବିକାଶ ମୂଳକ କାର୍ଯକ୍ରମ ଚାଲୁ ଥିବାରୁ ଆମେ ବିଜୁ ଜନତା ଦଳରେ ସାମିଲ ହୋଇଥିବା କହିଛନ୍ତି |ଆଜି ରଙ୍ଗଣୀ ଗ୍ରାମ ପଞ୍ଚାୟତ ଭେକ୍ଟା ଗ୍ରାମର ମିର ଅହମଦ, ଝାଡୁ ସାହା, ଏସ କେ ନସିର, ଏନତାଜ ସାହା, ଜୈନାଲ ସାହା, ତାଜୁ ସାହା, ସମତ ଖାନ, ସିଦ୍ଧିକ ଖାନ, ଏସ କେ ମୁକଲେଶ, ଅବଦୁଲା ସାହା ପ୍ରମୁଖ ୧୦ ଗୋଟି ପରିବାର କଂଗ୍ରେସ ଦଳ ପରିତ୍ୟାଗ କରି ଆଜି ବିଧାୟକ ଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି | ରାଜନଗର ବ୍ଲକ ର କୃଷନଗର ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ଜିଲ୍ଲା ପରିଷଦ ସଭ୍ୟା ଖୁକୁମିନା କୁଅଁର, ପଂଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡ଼ିଆ, ବରିଷ୍ଠ ନେତା ଲଷ୍ମୀଧର ବାରିକ, ରଙ୍ଗଣୀ ପଂଚାୟତ ସଭାପତି ବଳରାମ ମଣ୍ଡଳ,ସମିତି ସଭ୍ୟ ତପନ କୁମାର ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ନାୟକ, କୃଷ୍ଣନଗର ସରପଞ୍ଚ ନନ୍ଦ ଦୁଲାଲ ପରିଡା, ବିଶ୍ଵନାଥ ମାଇତି, ବିଜୟ କୁମାର ମାଇତି, ସୁବିମଲ ମାଇତି, ମୀନକେତନ ଦାସ, ତପନ କୁମାର, ମଣ୍ଡଳ, ସୋସିଆଲ ମିଡ଼ିଆ ସଂଯୋଜକ ରବୀନ୍ଦ୍ର ସିଂ, ପ୍ରମୁଖ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |