Odisha news

ମୋବାଇଲ ବନ୍ଦ କରି ଦୁଇବର୍ଷ ଧରି ଲୁଚିଛି ପ୍ରେମିକ ମା ସାଥିରେ ପ୍ରେମିକ ଦୁଆରେ ପ୍ରେମିକା ।

0
ଦଶପଲ୍ଲା ୩/୧ : ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା କୁଲୁରୁକୁମ୍ପା ର ପ୍ରମିଳ ମାଝୀ ନାମକ  ଯୁବକ ତାମିଲନାଡୁ  କାମକରି ଯାଇଥିବା ବେଳେ ସେଠାରେ ସୁତାକଳ ରେ କାମ କରୁଥିବା ରଣପୁର ସାନଗଡ ଗ୍ରାମର ଜଣେ ଯୁବତୀ କୁ ଭଲ ପାଇ ବସିଥିଲେ । ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢି ଚାଲିଥିବା ବେଳେ ଉଭୟ ଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା ବିବାହ ର ଏକ ବର୍ଷ ପରେ ପ୍ରେମିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ  ଉଭୟ ତାମିଲନାଡୁ ରେ ଭଲରେ ଚଳୁଥିଲେ । ଏହାର ଏକ ବର୍ଷ ପରେ ଉଭୟ ତାମିଲନାଡୁ ରୁ ଭୁବନେଶ୍ୱର ଚାଲି ଆସିଥିବା ବେଳେ ଭୁବନେଶ୍ୱର ଥିବା ଯୁବତୀ ଙ୍କ ମା ନିକଟରେ ଉଭୟ ପ୍ରେମିକା କୁ ଓ ପୁଅ କୁ ଛାଡି ପ୍ରମିଳ ନିଜ ଗ୍ରାମ କୁଳୁରୁକୁମ୍ପା ଚାଲି ଆସିଥିଲେ । ଏହାପରେ ପ୍ରମିଳ   ଭୁବନେଶ୍ୱର ଫେରି ନଥିଲେ ।ଦୁଇ ବର୍ଷ ଧରି ପ୍ରମିଳ ନ ଫେରିବା ଏବଂ ମୋବାଇଲ ବନ୍ଦ କରି ରଖିବା ରୁ ଏବେ ପ୍ରେମିକା ନିଜ ମା ସହ ପ୍ରମିଳ ଙ୍କ ଘରେ ପହଞ୍ଚି ଥିବା ବେଳେ ପ୍ରମିଳ ଙ୍କ ପିତାମାତା ସେମାନଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ । ଫଳରେ ଗ୍ରାମବାସୀ ଙ୍କ ହସ୍ତକ୍ଷେପ ପରେ ଉଭୟ ପ୍ରେମିକା ଓ ତାର ମା ଉଧାର ପାଇଯାଇଥିଲେ । ଅନ୍ୟ ପାର୍ଶ୍ୱରେ ପ୍ରମିଳ ଭୁବନେଶ୍ୱର ରୁ ଆସି ଅନ୍ୟ ଜଣେ ଝିଅ କୁ ଭଲ ପାଇ ବିବାହ କରିଥିବା ସମ୍ପର୍କ ରେ ପ୍ରେମିକା ଜାଣିବାକୁ ପାଇଥିବା ବେଳେ ଏ ସମ୍ପର୍କ ରେ ବାଣୀଗୋଛା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ମାତ୍ର ପ୍ରେମିକା ର ଆଗମନ ଖବର ପାଇ ପ୍ରେମିକ ପ୍ରମିଳ ନିଜ ଘର ଛାଡ଼ି ତାଙ୍କ ଭଉଣୀ ଘରକୁ ଚାଲି ଯାଇଥିବା ଜଣାପଡିଛି । ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପ୍ରେମିକା ଓ ତାର ୪ ବର୍ଷ ର ପୁଅକୁ ନ୍ୟାୟ ମିଳିବ ନା ନାହିଁ ତାହା ଦେଖିବାକୁ ବାକି ରହିଛି ।
Leave A Reply