ଦଶପଲ୍ଲା୧/୨ : ବୁଧବାର ପ୍ରାତଃ ସମୟ ରେ ଏକ ମଦ ବୋଝେଇ ଆଇଚର ଧକ୍କା ରେ ଜଣେ କବାଡ଼ିଆ ମୃତ୍ୟୁ ଘଟଣା ରେ ପୋଲିସ ଗୁରୁବାର ଦିନ ଆଇଚର ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡ୍ରାଇଭର ର ନାମ ବୁଲୁ ବେହେରା (୨୬) ଓ ତାଙ୍କ ଘର ଖଣ୍ଡପଡା ଥାନା ଅନ୍ତର୍ଗତ ଗୌଡ଼ ପାଟଣା ଗ୍ରାମରେ । ବୁଲୁ ଙ୍କ ଜାମିନ ଆବେଦନ ନା ମଞ୍ଜୁର ହେବାରୁ ତାଙ୍କୁ ଦଶପଲ୍ଲା ସବ ଜେଲ କୁ ପଠାଇ ଦିଆଯାଇଛି । ଆଇଚର ଗାଡ଼ିରେ ମଦ ବୋଝେଇ ହୋଇ ବଲାଙ୍ଗୀର କଣ୍ଟାମାଝୀ ରୁ ଚଣ୍ଡିଖୋଲ ଯାଉଥିବା ବେଳେ ସ୍ଥାନୀୟ ସିହାଗାଓଁ ନିକଟରେ ଅପର ପାଶ୍ୱରୁ ଏକସେଲ ଗାଡ଼ିରେ ଆସୁଥିବା ଖଣ୍ଡପଡା ଥାନା ବଳଭଦ୍ର ପ୍ରସାଦ ବସନ୍ତ ଦଳେଇ ଓ ପ୍ରଫୁଲ୍ଲ ଦଳେଇ ସହ ଧକ୍କା ହୋଇଥିଲା ଫଳରେ ଘଟଣା ସ୍ଥଳରେ ବସନ୍ତ ଦଳେଇ ଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଫୁଲ୍ଲ ଙ୍କୁ ଉଧାର କରାଯାଇ ପ୍ରଥମେ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସବୁଠାରୁ ବଡ କଥା ହେଉଛି ଡ୍ରାଇଭର ମଦ ଖାଇ ଗାଡିଚଲାଉ ଥିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରେ ସ୍ପଷ୍ଟ କରିଥିବା ବେଳେ ଡ୍ରାଇଭର ମଦ ପିଇଥିବା ଡାକ୍ତର ରିପୋର୍ଟ ଦେଇଥିବା ଜଣା ପଡ଼ିଛି । ଏପରିକି ଧକ୍କା ଦେଇଥିବା ଆଇଚର ଗାଡିର ଭ୍ୟାଲିଡ଼ ଇନ୍ସୁରାନ୍ସ ନଥିବା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି । ଅନ୍ୟ ପାର୍ଶ୍ୱରେ ଇନ୍ସୁରାନ୍ସ ନଥିବା ଗାଡ଼ିରେ ମଦ ଲୋଡ଼ କରି ଆଣିବା ପାଇଁ କିଭଳି ଅନୁମତି ଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ । ଦିନ ମଜୁରିଆ ଭାବେ ଖଟି ପରିବାର ପ୍ରତି ପୋଷଣ କରୁଥିବା ବସନ୍ତ ପରିବାର ପୁଅ ମରିଗଲା ପରେ ଇନ୍ସୁରାନ୍ସ ଟଙ୍କା ପାଇ ଚଳି ଜିବାକୁ ଯେଉଁ ଆଶା ରଖିଥିଲେ ତାହା ମଉଳି ଯାଇଛି ।