ହହବୁଗୁଡ଼ା : ତା ୦୧/୦୨/୨୪ : ରାଜ୍ୟର ସମସ୍ତ ଅଗ୍ନିଶମ କର୍ମଚାରୀ ଦୁଇ ଦଫା ଦାବି ନେଇ କଳାବ୍ଯାଜ୍ ପରିଧାନ ପୂର୍ବକ ଗତ ୧୧ ଡିସେମ୍ବର ୨୦୨୩ ତାରିଖଠାରୁ କାର୍ଯ୍ୟକରି ଆସୁଥିବା ବେଳେ ବୁଗୁଡ଼ା ଅଗ୍ନିଶମ ବିଭାଗର ୧୨ ଜଣ କର୍ମଚାରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ପୋଲିସ ସହିତ ସମାନ ଦରମା ଓ ଭତ୍ତା ଏବଂ ଅଗ୍ନିଶମ କର୍ମଚାରୀ ସଂଘର ପଞ୍ଜୀକରଣ ଭଳି ଦୁଇ ଦଫା ଦାବି ନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଫାଇଭ୍-ଟି ଅଧ୍ଯକ୍ଷଙ୍କୁ ଲିଖିତାକାରରେ ଅବଗତ କରିଥିଲେ ହେଁ କୌଣସି ସୁଫଳ ମିଳୁନଥିବାରୁ ଅଗ୍ନିଶମ ଅଧିକାରୀମାନେ ଏଭଳି ପନ୍ଥା ଆପଣାଇଛନ୍ତି ବୋଲି ପ୍ରକାଶ ପାଇଛି । ଅନ୍ଯପକ୍ଷରେ ଅଗ୍ନିଶମ କର୍ମଚାରୀମାନେ କଳାବ୍ଯାଜ୍ ପରିଧାନ ସହ ଏକବେଳା ଖାଦ୍ଯ ଖାଇ କାର୍ଯ୍ୟରତ ଅଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ସରକାର ଉକ୍ତ ଦାବି ଦୁଇଟିକୁ ଗ୍ରହଣ ନ କରିବେ ସେତେ ଦିନ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀମାନେ ଏଭଳି କଳାବ୍ଯାଜ୍ ପରିଧାନ ପୂର୍ବକ ଏକବେଳା ଖାଦ୍ଯ ଖାଇ କାର୍ଯ୍ୟ କରିବେ ଏବଂ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରକାଶ ପାଇଛି ।