ସାକ୍ଷୀଗୋପାଳ : ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ମାସ 18 ତାରିଖରୁ ଉଦଘାଟିତ ହୋଇ କାର୍ଯ୍ୟକାରୀ ହେଉଥିବା ଆତ୍ମରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି।ଏହି ଉଦଯାପନୀ ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର ସଭାପତିତ୍ୱ କରିଥବାବେଳେ ସତ୍ୟବାଦୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନିଲକୁମାର ପଣ୍ଡା ମୁଖ୍ୟ ଅତିଥି ଏବଂ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ରାଜକିଶୋର ପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଶିବିରରେ ଦୀର୍ଘ ଆଠ ଦିନଧରି ଏକାଦଶ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ତାଲିମଦାତା ପାର୍ବତୀ ମହାରଣା ଏବଂ ସତ୍ୟଭାମା ମୁଦୁଲି ଙ୍କ ଦ୍ୱାରା ଆତ୍ମରକ୍ଷା ତାଲିମ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମଟି ବାଣିଜ୍ୟ ବିଭାଗର ପ୍ରାଧ୍ୟାପିକା ତଥା ଏହି କାର୍ଯ୍ୟକ୍ରମର ସଂଯୋଜିକା ପ୍ର. ବିଜୟଲଷ୍ମୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିବାବେଳେ କ୍ରୀଡ଼ାଶିକ୍ଷକ ଶ୍ରୀ ରଘୁନାଥ ପରିଡ଼ା ଏଥିରେ ସହଯୋଗ କରିଥିଲେ। ଏହି ଶିବିରରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ତଥା ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ବର୍ଷାରାଣୀ ବେହେରା, ଶୁଭସ୍ମିତା ବେହେରା ଏବଂ ଇତିଶ୍ରୀ ସେଠୀ ଙ୍କୁ ଅତିଥିମାନଙ୍କଦ୍ୱାରା ସଭାରେ ସମ୍ମାନିତ କରାଯାଇଥିଲା। ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ତଥା ଛାତ୍ରଛାତ୍ରୀମନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର କୋଷାଧ୍ୟକ୍ଷ ମହେଶ୍ୱର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।