ନିରାକାରପୁର,୩୧/୧:- ବିଦ୍ୟୁତ ବିଭ୍ରାଟ ଯୋଗୁଁ ନିରାକାରପୁର ଅଂଚଳରେ ଜନ ଅସନ୍ତୋଷ। ନିରାକାରପୁର ବିଦ୍ୟୁତ ସେକସନ ଅଧିନରେ ୧୨ଟି ଗ୍ରାମପଞ୍ଚାୟତ ଉପଭୋକ୍ତା ମାନେ ଉପକୃତ ହେଉଛନ୍ତି।ରାଜ୍ୟ ସରକାର ବିଦ୍ୟୁତ ବିଭାଗକୁ ଟାଟା କମ୍ପାନୀକୁ ହସ୍ତାନ୍ତର କରିବା ପରେ ଅଧିକାଂଶ ସମୟ ଅଘୋଷିତ ବିଦ୍ୟୁତ କାଟ୍ ହେଉଛି ଏବଂ ଲୋ ଭୋଲଟେଜ ସମସ୍ୟା, ବିଦ୍ୟୁତ ମିଟର ରିଡିଙ୍ଗ ରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।ଦୈନନ୍ଦିନ ବାରମ୍ବାର ଲାଇନ କଟୁଥିବାରୁ ବିଦ୍ୟୁତ ଉପଭୋକ୍ତା ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟାଟା କମ୍ପାନୀ ଲୋକମାନଙ୍କୁ ଶୋଷଣ କରୁଥିବା ନେଇ ଜନସାଧାରଣ ଅସ୍ତବ୍ୟସ୍ତ । ଉପଭୋକ୍ତା ମାନଙ୍କର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ବିଦ୍ୟୁତ ବିଭାଗ ଉପଭୋକ୍ତା ମାନଙ୍କ ଦାବିକୁ ସମାଧାନ କରିବାରେ ବିଫଳ ହୋଇଛି। ପ୍ରତିବାଦରେ ଆଜି ୧୨ ଖଣ୍ଡ ଗ୍ରାମପଞ୍ଚାୟତ ର ନିର୍ବାଚିତ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ଉପଭୋକ୍ତା ମାନେ ନିରାକାରପୁର ଗଣେଶ ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଦ୍ୟୁତ କାର୍ୟ୍ୟାଳୟ ଠାରେ ପହଞ୍ଚିବା ପରେ କର୍ମଚାରୀ ନିଜେ ଫାଟକରେ ତାଲା ପକାଇବା ପରେ ଆନ୍ଦୋଳନ କାରୀ ଧାରଣା ଦେଇଥିଲେ। ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗ ଏସଡିଓ ପହଞ୍ଚି ଉପଭୋକ୍ତା ମାନଙ୍କ ସହିତ ଆଲୋଚନା କରିଛନ୍ତି । ହେଲେ ଉପଭୋକ୍ତା ମାନେ ନିଜ ଦାବିରେ ଅଟଳ ଅଛନ୍ତି। ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିଛି। ବିଦ୍ୟୁତ ଅଫିସ ନିକଟରେ ପହଞ୍ଚିଲାପରେ ସେଠାରେ କନିଷ୍ଠ ଯନ୍ତ୍ରୀ ଜାଣି ଶୁଣି ଅଫିସରେ ଅନୁପସ୍ଥିତ ଥିଲେ ବୋଲି ଅଭିଯୋଗ କରି ଜନସାଧାରଣ ଙ୍କ ଦାବି ଶୁଣିବାକୁ କୌଣସି ପଦାଧିକାରୀ ନଥିବାରୁ ଅଫିସରେ ଥିବା ଦୁଇ ତିନିଜଣ କର୍ମଚାରୀଙ୍କୁ ଅଫିସ ବନ୍ଦ କରିବାକୁ କହିବା ସହିତ ସମସ୍ୟା ସମାଧାନ ନହେବା ଯାଏ ବିଲ ଆଦାୟ ବନ୍ଦ କରିବାକୁଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ।କିନ୍ତୁ ପରେ ଏସ ଡି ଓ , ଜେ ଇ ଆସି ଆଲୋଚନା କରିଥିଲେ ବି କିଛି ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିଲେ। ପରେ ଆନ୍ଦୋଳନକାରୀ ମାନେ ୭ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ଦାବି ରଖିଛନ୍ତି। ଆଂଚଳିକ କ୍ରୀୟାନୁଷ୍ଠାନ ଉପଭୋକ୍ତା କମିଟି ସଭାପତି ବିପିନ କୁମାର ଜୟସିଂହ, ଆବାହକ ବିଜୟ କୁମାର ପାଲଟାସିଂହ, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଜେନା, ପ୍ରସାଦ ଦାସ, ବିଧି ଭୂଷଣ ମହାରଣା ସମେତ ଆନ୍ଦୋଳନରେ ନିରାକାରପୁର ସରପଞ୍ଚ କାଦମ୍ବିନୀ ବେହେରା, ସମିତି ସଭ୍ୟା ଲୋପାମୁଦ୍ରା ଦାଶ ରାମେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ରଂଜିତ ଜଗଦେବ ସମିତି ସଭ୍ୟ ରମେଶ ବିଶ୍ୱାଳ, ଡିଆ ସରପଞ୍ଚ ପ୍ରଶାନ୍ତ ବେହେରା ଉପାଧ୍ୟାକ୍ଷ, ଦୁର୍ଗାପ୍ରସାଦ ନାଥ ଶର୍ମା, ଲେଣ୍ଡୋ ସରପଞ୍ଚ ବିନୋଦିନୀ ଦାଶ ସମିତି ସଭ୍ୟ ବିକାଶ ରଞ୍ଜନ ନାୟକ,ଗଡ ଖାରଦ ସରପଞ୍ଚ ମହେଶ୍ୱର ସେଠି, ସମିତି ସଭ୍ୟ ଗୌରହରି ନାୟକ, ଦେଇପୁର ସରପଞ୍ଚଙ୍କ ପ୍ରତିନିଧି ଅଜୟ ପ୍ରଧାନ, ସମିତି ସଭ୍ୟ ମନୋରଞ୍ଜନ ପାଇକରାୟ ଦୋଛିଆ ସରପଞ୍ଚ ବନମାଳୀ ରାଉତରାୟ, ବଡାଲ ସରପଞ୍ଚ ଧନେଶ୍ୱର ଲେଙ୍କା, କାଦୁଆ ସରପଞ୍ଚ ଦୁଃଶାସନ ସ୍ୱାଇଁ ସମିତି ସଭ୍ୟ ଶକ୍ତିଧର ପ୍ରଧାନ ସାହୁପଡ଼ା ସରପଞ୍ଚ ଭିକାରି ବଳିୟାର ସିଂ ସମିତି ସଭ୍ୟଙ୍କ ପ୍ରତିନିଧି ଦୀନକୃଷ୍ଣ ମଙ୍ଗରାଜ ବକୁ ସରପଞ୍ଚ ଗୀତାଞ୍ଜଳି ନାଥ, ସମିତି ସଭ୍ୟ ଲଷ୍ମୀଧର ଜଗଦେବ, ଦିବ୍ୟସିଂହପୁର ସମିତି ସଭ୍ୟା ସୁମିତ୍ରା ପ୍ରଧାନ କଣାସ ୩ଜିଲ୍ଲା ପରିଷଦଙ୍କ ପ୍ରତିନିଧି ନବ ଜେନାଙ୍କ ସମେତ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିବା ସମେତ ୧୨ ପଂତାୟତର ସରପଂଚ ସମିତିସଭ୍ୟ ଏହି ଆନ୍ଦୋଳନ ର ନେତୃତ୍ବ ନେଇଥିଲେ।