Odisha news

ପୁଣି ପ୍ରତିଶ୍ରୁତି ରକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ : ଝାରସୁଗୁଡା ଡାକ କାର୍ଯ୍ୟାଳୟର ଐତିହ୍ୟ ଭବନର ନବୀକରଣ

0

ଇଣ୍ଡିଆ ପୋଷ୍ଟ ସହଯୋଗରେ ଭାରତୀୟ ରେଳବାଇ ଝାରସୁଗୁଡା ଡାକ କାର୍ଯ୍ୟାଳୟର ଐତିହ୍ୟ ଭବନକୁ ନବୀକରଣ କରିଛି | ନଭେମ୍ବର 2021 ରେ ଝାରସୁଗୁଡା ଗସ୍ତ ସମୟରେ ଏହି ଐତିହ୍ୟ ଡାକ ଘର ଭବନ (ପୋଷ୍ଟ ଅଫିସ୍ ବିଲ୍ଡିଂ) କୁ ନବୀକରଣ କରିବାକୁ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିଲାବେଳେ ନିକଟରେ ଝାରସୁଗୁଡା ଗସ୍ତ ସମୟରେ ଏହାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଥିଲେ  |
ଏହି ଐତିହ୍ୟ ଭବନର ନବୀକରଣ ପାଇଁ ସ୍ଥାନୀୟ ଲୋକମାନେ ଶ୍ରୀ ବୈଷ୍ଣବଙ୍କୁ ଦାବି କରିଥିଲାବେଳେ ଏହି ଐତିହ୍ୟ ଭବନର ପୁନରୁଦ୍ଧାର, ରକ୍ଷଣାବେକ୍ଷଣ ଏବଂ ପୁର୍ନନିର୍ମାଣ କାର୍ଯ୍ୟ ପାଇଁ ଗୁରୁତ୍ୱାରୋପ କରିଥିଲେ |  ଏଠାରେ ଦର୍ଶାଇ ଦିଆଯାଉଅଛି ଯେ, ଏହି ଐତିହ୍ୟ ଡାକଘର ଭବନ ବ୍ରିଟିଶ୍ ଶାସନ ସମୟରେ 1882 ମସିହାରେ ନିର୍ମାଣ କରାଯାଇଥିଲା |
ଏହା ଶୁଣିବାକୁ ବହୁତ ଭଲ ଲାଗୁଛି ଯେ ରେଳ ମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ କରିଛନ୍ତି ଏବଂ ଏହି ଧାରାକୁ ବଜାୟ ରଖିଛନ୍ତି |  ସୁବିଧା ଯୋଗାଇବା ସହିତ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ତଥା ଯାତ୍ରୀ ପରିସେବାରେ ଉନ୍ନତି ଆଣିବା ପାଇଁ ରେଳ ପ୍ରଶାସନର ଆନ୍ତରିକତା ଏକ ପ୍ରତିବଦ୍ଧତା ଦର୍ଶାଇ ଥାଏ |

Leave A Reply