Odisha news

ଗୋପାଳପୁର ବେଳାଭୂମି ମହୋତ୍ସବ ତୃତୀୟ ସନ୍ଧ୍ୟା କଳା ସଂସ୍କୃତି ରେ ମଞ୍ଚ ଦୁଲୁକିଲା।।

0
ବ୍ରହ୍ମପୁର :  ଆଜି ସନ୍ଧ୍ୟାରେ  ଗୋପାଳପୁର ବେଳାଭୂମି ମହୋତ୍ସବ ତୃତୀୟ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା କଳା ସଂସ୍କୃତି ରେ ଆଜି ମଞ୍ଚ ଦୁଲୁକିଲା। ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ବେଳାଭୂମି ମସୋତ୍ସବ ଆରମ୍ଭ ହୋଇ ଥିଲା।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ପୋଲିସର ବିଧାୟକ ଶ୍ରୀକାନ୍ତ ସାହୁ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଥିଲେ। ଗୋପାଳପୁର ବେଳାଭୂମି ମହୋତ୍ସବ ବିଳମ୍ବ ରେ ଆୟୋଜିତ ହୋଇ ଥିବା ବେଳେ ଏହା ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଏହା ସଫଳ ହୋଇଛି ବୋଲି ବିଧାୟକ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ।  ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସମେତ ବ୍ରହ୍ମପୁର ଏସପି ଶ୍ରବଣ  lବିବେକ ଏମ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ୨୮ ତାରିଖରେ ଶେଷ ହେବ। ଏହି ବେଳାଭୂମି ମହୋତ୍ସବ ଡିସେମ୍ବର ମାସରେ ଅନୁଷ୍ଠିତ ହେଉ ଥିବାରୁ  ଦର୍ଶକଙ୍କ ଉଛୁକତା ରହି ଥିବା ବେଳେ ଏହି ବର୍ଷ ନହେବାରୁ ଦର୍ଶକ ନିରାଶ ହୋଇ ଥିଲେ। ଜିଲ୍ଲା ପ୍ରଶାସନର ପକ୍ଷରୁ ଏହି ମାସରେ ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେଉ ଥିବାରୁ ଦର୍ଶକଙ୍କ ଆଗ୍ରହ ପ୍ରକାଶ କରି ଛନ୍ତି। ଏହି ମହୋତ୍ସବ ବହୁ କଳାକାର ନିଜ ନିଜ କଳା  ସାଂସ୍କୃତି ପ୍ରଦର୍ଶନ କରିଥିଲେ। ସେଥି ନିମନ୍ତେ ଦୁଇଟି ମଞ୍ଚ ବ୍ୟବସ୍ଥା କରା ଯାଇଛି। ଗୋଟିଏ ମଞ୍ଚରେ ଜିଲ୍ଲାର ଲୋକକଳା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି। ଅନ୍ୟଟିରେ ବହୁ ପ୍ରତିଷ୍ଠିତ କଳାକାର ଯୋଗ ଦେଈ ମଞ୍ଚରେ ଦର୍ଶକ ଙ୍କ ଆକର୍ଷଣ କରିଛି। ବିଶିଷ୍ଟ କଳାକାର, କଣ୍ଠଶୀଳ୍ପିମାନେ ସଙ୍ଗିତ ପରିବେଷଣ କରିଥିଲେ।  ଅତ୍ୟାଧିକ ଗହଳି ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା କିପରି ସୁଚାରୁ ରୂପେ ପରିଚାଳନା କରାଯିବ ଏକ କଣ୍ଟ୍ରୋଲ ରୁମ ରହିଛି। ଗ୍ରାହକଙ୍କୁ ଖାଦ୍ୟ ପଦାର୍ଥ ୩୦ଟି ଷ୍ଟଲ୍‌ରେ ମିଳିବ। ଚଳିତ ବର୍ଷ ମହୋତ୍ସବରେ ପାସ୍‌ ବ୍ୟବସ୍ଥାକୁ ଉଠାଇ ଦାଆଯାଇଛି।ଏଥିରେ ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୱି କାର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ  ଏହା ସହିତ ଲୋକଙ୍କ ବସିବା ପାଇଁ ଚେୟାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ସମସ୍ତ ବ୍ଲକ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।
Leave A Reply