Odisha news

ସାଧାରଣତନ୍ତ୍ର ଦିବସରେ ଗଞ୍ଜାମ ଏସପି ପାଇଲେ ରାଜ୍ୟପାଳ ପୁରସ୍କାର.

0

ଭଞ୍ଜନଗର,୨୭/୦୧(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ସାଧାରଣତନ୍ତ୍ର ଦିବସରେ ଗଞ୍ଜାମ ଜିଲ୍ଲା ଏସପି ଜଗମୋହନ ମୀନା ପାଇଲେ ରାଜ୍ୟପାଳ ପୁରସ୍କାର। ଗତବର୍ଷ ଜାନୁଆରୀ ୮ ରେ ଗଞ୍ଜାମ ଜିଲ୍ଲାରେ ଏସପି ଦାୟିତ୍ୱ ନେବା ପରେ ସର୍ବଦା ଗଞ୍ଜାମ ପୁଲିସ ଜିଲ୍ଲା ଭଲ ପ୍ରଦର୍ଶନ କରି ରାଜ୍ୟ ଓ ଦେଶରେ ସୁନାମ ଆଣିଛି। ୨୦୨୩ ବର୍ଷରେ ପ୍ରଗତି ଡ୍ୟାସବୋର୍ଡ ମାର୍କିଙ୍ଗ ରେ ଗଞ୍ଜାମ ପୁଲିସ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିଲା।କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ସିଷ୍ଟମ ( ସିସିଟିଏନଏସ ) ପଦ୍ଧତିରେ ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ଗଞ୍ଜାମ ପୁଲିସ ଜିଲ୍ଲା ରାଜ୍ୟରେ ପ୍ରଥମ ହୋଇପାରିଛି। ଆଗାମୀ ଦିନରେ ମଧ୍ୟ ଲୋକଙ୍କୁ ଉତ୍ତମ ସେବା ଯୋଗାଇଵାରେ ଗଞ୍ଜାମ ପୁଲିସ ଜିଲ୍ଲା ସର୍ବଦା ଚେଷ୍ଟା କରିବେ ବୋଲି ଏସପି ଜଗମୋହନ ମୀନା କହିଛନ୍ତି। ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପଦକ ପାଇବା ପରେ ଗଞ୍ଜାମ ଏସପି ଶ୍ରୀ ମୀନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି।

Leave A Reply